Latest Odisha News

BREAKING NEWS

‘ପିଓକେ’ରେ ଉଡ଼ିବ ତ୍ରିରଙ୍ଗା: କେନ୍ଦ୍ରମନ୍ତ୍ରୀଙ୍କ ଦୃଢୋକ୍ତି

ନୂଆଦିଲ୍ଲୀ: ଧାରା ୩୭୦ ଜମ୍ମୁ ଓ କାଶ୍ମୀରରୁ ଉଚ୍ଛେଦ ହେବା ପରଠାରୁ ପାକିସ୍ତାନ ପ୍ରଧାମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଉ ଭଲ ନିଦ ହେଉନାହିଁ । ଏହାର କାରଣ ମଧ୍ୟ ରହିଛି, ଭାରତ ଏବେ ପିଓକେ ଅଧିକାର କରିବା ନେଇ ଏକରକମ ରକ୍ତମୁଖା ହୋଇ ପଡ଼ିଛି । କାଶ୍ମୀରଘାଟିରୁ ବହୁ ପ୍ରତିକ୍ଷୀତ ୩୭୦ ଧାରା ସମ୍ପୂର୍ଣ୍ଣ ଉଚ୍ଛେଦ ହେବା ପରେ କେବଳ କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ନୁହଁନ୍ତି ବରଂ ଅନେକ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଜେପି ନେତୃତ୍ୱାଧିନ ଏନଡ଼ିଏର କିଛି ସହଯୋଗୀ ଦଳର ବରିଷ୍ଠ ନେତାମାନେ ମଧ୍ୟ ପିଓକେ ପ୍ରସଙ୍ଗ ଉଠାଇ ବାତାବରଣକୁ ସରଗରମ କରିଛନ୍ତି ।

ନିକଟରେ ପିଏମଓ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଦେଇଥିବା ଏକ ବୟାନରୁ ଏହା ସ୍ପଷ୍ଟ ହେଉଛି ଯେ, ଭାରତ ପିଓକେ ଅକ୍ତିଆର କରିବା ନେଇ ଏବେ ବେଶ୍ ତତ୍ପର ।

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ, ଜମ୍ମୁ ଓ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ହେବା ପରେ ଏବେ ଆମର ଲକ୍ଷ୍ୟ ପିଓକେ । ଭାରତୀୟ କେନ୍ଦ୍ରମନ୍ତ୍ରୀଙ୍କ ଏହି ବୟାନ ପରେ ପାକିସ୍ତାନ ସରକାରଙ୍କ ପିଓକେକୁ ନେଇ ଚିନ୍ତା ଦ୍ୱିଗୁଣିତ ହୋଇଯାଇଛି ।

ସବୁଠାରୁ ବଡ଼କଥା ହେଲା କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନବାସୀ ପ୍ରଦାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ସରକାର ଉପରେ ଆଦୌ ସନ୍ତୁଷ୍ଟ ନୁହଁନ୍ତି । ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମରେ କାଶ୍ମୀର ପ୍ରସଙ୍ଗରେ ଭାରତକୁ ଯଥେଷ୍ଟ ସମର୍ଥ ମିଳିଚାଲିଥିବାରୁ ଏବେ ପାକିସ୍ତାନୀ ଗଣମାଧ୍ୟମ ମଧ୍ୟ ଇମ୍ରାନ ସରକାରଙ୍କ ଆଡ଼କୁ ଅଙ୍ଗୁଳିଠାର କରିବା ଆରମ୍ଭ କରିଛନ୍ତି । ପାକିସ୍ତାନ ପିପୁଲ୍ସ ପାର୍ଟି ନେତା ବିଲୱାଲ ଭୁଟ୍ଟୋ କିଛିଦିନ ପୂର୍ବରୁ ପାକିସ୍ତାନ ପିଓକେକୁ ସବୁଦିନ ଲାଗି ହରାଇପାରେ ବୋଲି ଏକ ମନ୍ତବ୍ୟ ପ୍ରଦାନ କରିଥିଲେ, ଯାହାକି ପାକିସ୍ତାନୀଙ୍କ ମନରେ ପିଓକେକୁ ନେଇ ଏକ ଅଜଣା ଆଶଙ୍କା ସୃଷ୍ଟି ହେବା ସ୍ୱାଭାବିକ ।

ଖାଲି ସେତିକି ନୁହେଁ, ଭାରତୀୟ ନେତାମାନେ ଏବେ କିଛିଦିନ ହେଲା ପିଓକେକୁ ନେଇ ବିଭିନ୍ନ ବୟାନ ଦେଇ ଚାଲିଛନ୍ତି ଯାହାକି ପାକିସ୍ତାନୀ ସରକାରର ମୁଣ୍ଡବ୍ୟଥାର କାରଣ ପାଲଟିଛି ।

ପ୍ରକୃତରେ ଦେଖିବାକୁ ଗଲେ ପିଓକେକୁ ନେଇ ପ୍ରଧାନମନ୍ତ୍ରୀ ଇମ୍ରାନ ଏବେ ବେଶ୍ ଚିନ୍ତାଶୀଳ । କେଉଁ ମୁହୂର୍ତ୍ତରେ ଭାରତୀୟ ସେନା କବଳରେ ସମଗ୍ର ପିଓକେ ଚାଲିଯିବ ଏହି ଆଶଙ୍କା ଘାରିଛି ଇମ୍ରାନଙ୍କୁ । ଏନେଇ ସେ ନିଜ କ୍ୟାବିନେଟରେ ଜରୁରୀ ବୈଠକ କରିବା ସହିତ ପାକିସ୍ତାନୀ ସେନା ସହିତ ଆଲୋଚନା କରିବାକୁ ଭୁଲିନାହାନ୍ତି । ଆଗାମୀ ଶୁକ୍ରବାର ଦିନ ପାକିସ୍ତାନ ଅକୁପାଏଡ଼ କାଶ୍ମୀର (ପିଓକେ) ର ମୁଜାଫରବାଦଠାରେ ଏକ ବିଶାଳ ର‌୍ୟାଲି କରି ଖୋଦ ଇମ୍ରାନ ଜନସାଧାରଣଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାୱତ କହିଛନ୍ତି ଯେ, ୨୦୨୨ ସୁଦ୍ଧା ପିଓକେ ଭାରତରେ ସମ୍ପୂର୍ଣ୍ଣ ମିଶିଯାଇଥିବ । \n\nଏଠାରେ ସୂଚନାଯୋଗ୍ୟ ଯେ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ବୟାନରେ ସୂଚନାଦେଇ କହିଥିଲେ ଯେ, ଏବେ ଆଉ ୩୭୦ ଧାରା କଥା ଆଲୋଚନା ନୁହେଁ, ବରଂ ପିଓକେକୁ ନେଇ ଆଲୋଚନା ଜାରି ରହିବା ଆବଶ୍ୟକ ।

କାଶ୍ମୀରଘାଟୀରେ ୩୭୦ ଧାରା ଉଚ୍ଛେଦ ହେବା ପରେ ତାଲିମପ୍ରାପ୍ତ ଆତଙ୍କବାଦୀଙ୍କ ଅନୁପ୍ରବେଶ ଏକରକମ ବନ୍ଦ ହୋଇଯାଇଛି କହିଲେ ଚଳେ । ସର୍ବଦା କାଶ୍ମୀରକୁ ନେଇ ପାକିସ୍ତାନର ଖେଳ ସରି ଆସୁଥିବା ବେଳେ ଏବେ ପିଓକେକୁ ନେଇ ପାକ ସରକାରଙ୍କ ଚିନ୍ତା ବୃଦ୍ଧି ହେବାରେ ଲାଗିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଆଉ କେତେ ପରମାଣୁ ଧମକ ଦେଇ ପିଓକେରେ ଶାନ୍ତି ପ୍ରତିଷ୍ଠା ବନ୍ଦ କରିପାରିବେ ତାହା ଦେଖିବାକୁ କେବଳ ବାକି ରହିଲା ।

Leave A Reply

Your email address will not be published.