ଥାନାକୁ ସମ୍ପୂର୍ଣ୍ଣ ଭାବେ ଫୁଲ ଓ ବେଲୁନ୍ରେ ସଜ୍ଜା ଯାଇଥିଲା । କିଛି ଥାନା କର୍ମଚାରୀ ଡ଼୍ୟୁଟି କରୁଥିବା ବେଳେ ଆଉ କିଛି ସାଜ୍ଜସଜ୍ଜାରେ ଲାଗି ପଡ଼ିଥିଲେ । ସେଠାରେ ଉତ୍ସବର ଆୟୋଜନ କରାଯାଇଥିଲା । ତାହା ପୁଣି ଗୋଦ୍ ଭରାଇ କାର୍ଯ୍ୟକ୍ରମ । ଏହା ଶୁଣିବା ପରେ ଟିକେ ଖଟକା ଲାଗିପାରେ । ହେଲେ ଏମିତି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ ।
ମଧ୍ୟପ୍ରଦେଶର ସେହୋର ଜିଲ୍ଲାର ବୁଦ୍ଧନି ତହସିଲ ଅଧୀନରେ ରହିଛି ଶାହାଗଞ୍ଜ ଥାନା । ଥାନାର ଆସିଷ୍ଟାଣ୍ଡ ସବ୍ ଇନ୍ସପେକ୍ଟର ପୁନମ୍ ରାୟ ଗର୍ଭବତୀ ହୋଇଥିଲେ । ଗର୍ଭବତୀ ହୋଇ ମଧ୍ୟ ସେ ଡ଼୍ୟୁଟି କରୁଥିଲେ । ତେଣୁ ଥାନାରେ ଏଏସଆଇଙ୍କ ଗୋଦ୍ ଭରାଇ କାର୍ଯ୍ୟକ୍ରମ ଥାନା କର୍ମଚାରୀଙ୍କ ସହ ପାଳନ କରିବାକୁ ଥାନା ଅଧିକାରୀ ନିଷ୍ପତ୍ତି ନେଲେ । ଏଥିରେ ଥାନାର ସମସ୍ତ କର୍ମଚାରୀ ସହମତି କଲେ । ପରେ ସମସ୍ତେ ଏହି ଉତ୍ସବ ପାଳନ କରିବାକୁ ପ୍ରସ୍ତୁତି କରିବାରେ ଲାଗିପଡ଼ିଲେ । ହିନ୍ଦୁ ରୀତିନୀତି ଅନୁଯାୟୀ ଏଏସଆଇ ପୁନମଙ୍କ ଗୋଦ୍ ଭରାଇ କାର୍ଯ୍ୟକ୍ରମ ଥାନା ପରିସରରେ ଧୁମ୍ଧାମ୍ରେ ପାଳନ କରାଗଲା । ଏହି ଖୁସିର ମୁହୁର୍ତ୍ତର ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ ହୋଇଛି । ମଧ୍ୟପ୍ରଦେଶ ପୋଲିସର ଏପରି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି ।
BREAKING NEWS
- ମହାନଦୀ ବିବାଦ ସମାଧାନର ନିକଟତର ହେଉଛୁ,ଅନ୍ୟ ରାଜ୍ୟମାନଙ୍କ ପାଇଁ ‘ମଡେଲ ଡିସ୍ପୁଟ ରିଜୋଲ୍ୟୁସନ୍’ହେବ: ମୁଖ୍ୟମନ୍ତ୍ରୀ
- ‘ବିଜେବି ଫ୍ରେଣ୍ଡସ୍-ଆଲୁମିନି ଆସୋସିଏସନ୍ ଅଫ୍ ବିଜେବି କଲେଜ୍’ ପକ୍ଷରୁ ‘ୟୁଥ୍ ରିମେମ୍ବରିଂ ଗାନ୍ଧୀ’ ପୁରସ୍କାର ସମାରୋହ ଆୟୋଜିତ
- ସପ୍ତମ ଓଡ଼ିଶା ଟ୍ରାଭେଲ ବଜାର ୨୦୨୬: ଭାରତର ପର୍ଯ୍ୟଟନ ବିକାଶରେ ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ
- Hirakud Dam:ବନ୍ଦ ହେଲା ହୀରାକୁଦର ୧୦ ଗେଟ୍;ଏତିକି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
- ଟାଇମ ପତ୍ରିକାର ‘ଟାଇମ ୧୦୦ ନେକ୍ସଟ’ ତାଲିକାରେ ଭାରତର ବୈଭବ
- Regularizes Junior Teachersr:ନିୟମିତ ହେଲେ କନିଷ୍ଠ ଶିକ୍ଷକ,ନିୟମିତକରଣ ୧ ଜାନୁଆରୀ…
- ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ: ପ୍ରସିଦ୍ଧ ବାଦ,ୱାଶିଂଟନଙ୍କୁ ବିଶ୍ରାମ
- ଆଇସିସିର ନୂଆ ନିୟମ: ଆନ୍ତର୍ଜାତୀୟ କ୍ରିକେଟ୍ରେ ଆସିଲା ବଡ଼ ପରିବର୍ତ୍ତନ
- କନ୍ଧମାଳ ଜିଲ୍ଲାରେ ଟିପିଏସ୍ଓଡିଏଲ୍ ପକ୍ଷରୁ ‘ସୋଲାର ରଥ’ ଶୁଭାରମ୍ଭ
- ଏସୀୟ କ୍ରୀଡ଼ା ୨୦୨୬: ପାକିସ୍ତାନକୁ ହରାଇ ଫାଇନାଲରେ ଭାରତୀୟ ହକି ଦଳ

Comments are closed.