ସାଧାରଣତଃ ପ୍ରତ୍ୟେକ ଲୋକ ବାହାରକୁ ବୁଲିବାକୁ ଗଲେ ପ୍ରଥମେ ରହିବା, ଖାଇବାର ଭଲ ସୁବିଧା ଥିବା ବିଳାସପୂର୍ଣ୍ଣ ହୋଟେଲ ପସନ୍ଦ କରନ୍ତି । ହେଲେ ପୃଥିବୀରେ ଏମିତି କିଛି ହୋଟେଲ ରହିଛି, ଯାହାରା ନିଆରା ଆକୃତି ବା ନିର୍ମାଣଶୈଳୀ ଲୋକଙ୍କୁ ଆକୃଷ୍ଟ କରିଥାଏ ।
ଚୀନ୍ର ହେବେଇ ପ୍ରୋଭିନ୍ସରେ ରହିଛି ମଣିଷ ଆକୃତିର ଏକ ହୋଟେଲ, ଯାହାର ନାମ ଟିଆଞ୍ଜି ହୋଟେଲ । ଏଠାରେ ତିନିଜଣ ବୃଦ୍ଧଙ୍କ ଆକୃତିର ନିର୍ମାଣ କରାଯାଇଛି । ଏହାର ନାମ ଫୁ, ଲୁ ଏବଂ ଶୁ ରଖାଯାଇଛି । ଯାହାର ଅର୍ଥ ଭାଗ୍ୟ, ସମୃଦ୍ଧି, ଦୀର୍ଘଜୀବନ । ତେବେ ଏହା ପୃଥିବୀର ବୃହତ୍ତମ ଇମେଜ୍ ବିଲ୍ଡିଂ ଭାବେ ଗିନିଜ୍ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି ।
ସେହିପରି ସାଉଥ୍ କୋରିଆରେ ରହିଛି ସନ୍ କ୍ରୁଇଜ୍ ନାମକ ଏକ ରିସର୍ଟ । ଏହି ହୋଟେଲଟି ପାଣିଜାହାଜ ଆକୃତିରେ ତିଆରି ହୋଇଛି, ଯାହା ସେଠାରେ ଥିବା ଏକ ପାହାଡ଼ ଉପରେ ଅବସ୍ଥିତ । ସୂର୍ଯ୍ୟକିରଣ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଏହି ସ୍ଥାନଟି ବେଶ୍ ପ୍ରସିଦ୍ଧ । ତେଣୁ ସୂର୍ଯ୍ୟଙ୍କ ପ୍ରଥମ କିରଣ ହୋଟେଲ ଉପରେ ପଡ଼ୁଥିବାରୁ ଏହାର ସୌନ୍ଦର୍ଯ୍ୟ ଖୁବ୍ ନିଆରା । ହୋଟେଲଟିରେ ୨୧୧ଟି ରୁମ୍, କ୍ଲବ୍, ୱାଟର ପୁଲ୍ ଆଦି ରହିଛି ।
ପ୍ରଶାନ୍ତ ମହାସାଗର ନିକଟବର୍ତ୍ତୀ କୋଷ୍ଟାଲ୍ ରେନ୍ ଫରେଷ୍ଟରେ ରହିଛି କୋଷ୍ଟା ଭରଡେ ହୋଟେଲ । ଏହା ଦେଖିବାକୁ ଉଡ଼ାଜାହାଜ ପରି । ୧୯୬୫ ମସିହାରେ ତିଆରି ହୋଇଥିବା ‘ବୋଇଂ-୭୨୭’ ଉଡ଼ାଜାହାଜ ଆକୃତି ଅନୁଯାୟୀ ଏହା ତିଆରି ହୋଇଛି । ଏହା ମଧ୍ୟରେ ଥାଇ ଜଣେ ‘କାନୋପି’ ଜଙ୍ଗଲର ମନୋରମ ଦୃଶ୍ୟକୁ ଉପଭୋଗ କରିପାରିବ ।
Comments are closed.