Latest Odisha News

BREAKING NEWS

ପ୍ରବଳ ବର୍ଷାରେ ଭିଜି ଭିଜି ବରକନ୍ୟାଙ୍କ ଏଣ୍ଟ୍ରି : ବରଯାତ୍ରୀ ଛତା ଧରି ନାଚିଲେ

ଆପଣ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଦେଖିଥିବେ ନିଶ୍ଚୟ । ବିଶେଷକରି ଯେତେବେଳେ ବିବାହର ଋତୁ ଆସେ ସେତେବେଳେ ବିଭିନ୍ନ ପ୍ରକାରର ମଜାଳିଆ ଭିଡିଓ ଦେଖିବାକୁ ମିଳିଥାଏ । ଏବେ ଏହିପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବରକନ୍ୟା ପ୍ରବଳ ବର୍ଷାରେ ଭିଜି ଭିଜି ଏଣ୍ଟ୍ରି କରୁଛନ୍ତି ।

କିଛି ଦିନ ତଳେ ଦେଖିବାକୁ ମିଳିଥିଲା ବରକନ୍ୟା ଛତା ଧରି ବେଦୀରେ ବୁଲୁଛନ୍ତି । ମେ ମାସରେ ବର୍ଷା ହେଉଥିବାରୁ ଲୋକମାନେ ଏହାକୁ ଉପଭୋଗ କରିବାକୁ ହାତଛଡ଼ା କରୁନାହାନ୍ତି । ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମଣ୍ଡପ ସାଜ୍ଜସଜ୍ଜା ସହ ଭୋଜିଭାତର ବ୍ୟବସ୍ଥା ବି ହୋଇଛି । ହଠାତ୍ ବର୍ଷା ଆରମ୍ଭ ହୋଇଗଲା । ସାଧାରଣତଃ ଲୋକମାନେ ଏପରି ପରିସ୍ଥିତିରେ କାର୍ଯ୍ୟକ୍ରମକୁ କିଛି ସମୟ ପାଇଁ ସ୍ଥଗିତ ରଖନ୍ତି । କିନ୍ତୁ ଏଠାରେ ସଜ୍ଜେଇ ହୋଇଥିବା ବର କନ୍ୟା ପ୍ରବଳ ବର୍ଷାରେ ଭିଜି ଭିଜି ମଣ୍ଡପକୁ ଏଣ୍ଟ୍ରି କରୁଛନ୍ତି । ତାଙ୍କ ସହିତ ବରଯାତ୍ରୀ ବି ବର୍ଷାରେ ଭିଜି ନାଚି ନାଚି ଯାଉଥିବା ଦେଖିବାକୁ ମିଳିଛ । ଆଉ କିଛି ଅତିଥି ହାତରେ ଛତା ଧରି ନାଚୁଥିଲେ ।

ଏହି ଭିଡ଼ିଓ ଦେଖିବା ପରେ ଲୋକମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । କେହି କେହି ବରକନ୍ୟା କଡ଼େଇରେ ଖାଇଛନ୍ତି ବୋଲି ବାହାଘର ସମୟରେ ବର୍ଷା ହେଲା ଏବଂ ସେମାନେ ବର୍ଷାରେ ଓଦା ହେଲେ କହିଛନ୍ତି । ଆଉ କେହି ବର୍ଷାର ଅନୁଭବ ନେବାକୁ ହାତଛଡ଼ା କରିନାହାନ୍ତି ବରକନ୍ୟା ବୋଲି କହିଛନ୍ତି ।

Comments are closed.