ନ୍ୟୁୟର୍କ: ଯଦି ଆପଣ ଖେଳିବାକୁ ଭଲ ପାଆନ୍ତି, ତେବେ ଆପଣଙ୍କ ପାଇଁ ସର୍ବୋତ୍ତମ ଚାକିରି ରହିଛି । ଏମିତି ଏକ ଅଫିସ ଅଛି, ଯେଉଁଠିକି ଆସି ଆପଣ କେବଳ ଖେଳିବା ସହ ମୋଟା ଅଙ୍କର ସାଲାରି ବି ପାଇବେ । ତାହା ପୁଣି ସପ୍ତାହରେ ଚାରି ଦିନ । ଏପରିକି ଦିନସାରା ଖେଳି ନ ଥିଲେ, କେବଳ ୪ ଘଣ୍ଟା ଖେଳିବାକୁ ବାଧ୍ୟ ।
ବିଶ୍ୱ ଖେଳନା ଏବଂ ମନୋରଞ୍ଜନ କମ୍ପାନୀ ମ୍ୟାଟେଲ ଏହାର ପ୍ରଥମ ମୁଖ୍ୟ ୟୁଏନଓ ଖେଳାଳି ଖୋଜୁଛି । ଏଥିପାଇଁ ଆବେଦନ ଗ୍ରହଣ କରାଯାଉଛି । ଯଦି ଆପଣ ୟୁଏନଓ ପ୍ରେମୀ ତେବେ ଏହା ତୁମ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ଆପଣଙ୍କୁ କେବଳ ୟୁଏନଓ ଖେଳିବା ସହ ଗ୍ରାହକଙ୍କୁ ନିୟମ ବୁଝାଇବାକୁ ପଡିବ । ଏଥିପାଇଁ କମ୍ପାନୀ ପ୍ରତି ସପ୍ତାହରେ ୪୪୪୪ ଡଲାର ଅର୍ଥାତ୍ ୩.୫ ଲକ୍ଷ ଟଙ୍କା ସାଲାରି ଦେବ । ଯିଏ ଏଥିପାଇଁ ମନୋନୀତ ହେବେ ସେ ନ୍ୟୁୟର୍କର ପିଆର୍ ୧୭ ଅଫିସରେ କାମ କରିବାର ସୁଯୋଗ ପାଇବେ ।
ଏହି ପଦବୀ ପାଇଁ କମ୍ପାନୀ କିଛି ଯୋଗ୍ୟତା ମଧ୍ୟ ସ୍ଥିର କରିଛି । ଏହିପରି ବ୍ୟକ୍ତିର ଆଚରଣ ସହଭାଗୀ ହେବା ଉଚିତ୍ । ତାଙ୍କୁ ଅନେକ ଅପରିଚିତ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିବାକୁ ପଡିବ । ସେମାନଙ୍କୁ ଖେଳ ଖେଳିବା ଏବଂ ନିୟମ ବୁ ଝାଇବାକୁ ପଡିବ । ଏହି ପ୍ରେସ ବିଜ୍ଞପ୍ତି କାଲିଫର୍ନିଆର ଲସ୍ ଆଞ୍ଜେଲସରେ ଗ୍ଲୋବାଲ୍ ହେଡ୍ ଅଫ୍ ଗେମ୍ସ ରାଇ ଆଡଲରଙ୍କ ଦ୍ୱାରା ଜାରି କରାଯାଇଛି । ସେ କହିଛନ୍ତି, ଆମେ ୟୁଏନଓ ସହିତ ଲୋକଙ୍କୁ ସଂଯୋଗ କରିବାକୁ ନିରନ୍ତର ଚେଷ୍ଟା କରୁଛୁ । ଏହା ଅଧୀନରେ ଏକ ନୂତନ ପଦକ୍ଷେପ ନିଆଯାଇଛି । ଏଥର ଆମେ କିଛି ନୂଆ କରିବାକୁ ଯାଉଛୁ ଏବଂ ଆଶା କରୁଛୁ ଯେ ଲୋକମାନେ ଏହାକୁ ପସନ୍ଦ କରିବେ । ଏହି ଚାକିରି ପାଇଁ ଆବେଦନ କରିବାର ଶେଷ ତାରିଖ ୧୦ ଅଗଷ୍ଟ ରହିଛି ।
Comments are closed.