Latest Odisha News

BREAKING NEWS

ନିଆରା ପରମ୍ପରା: କନ୍ୟା ହସିବା ପର୍ଯ୍ୟନ୍ତ ତାଙ୍କ ଉପରେ ବର ପକାନ୍ତି ବିଡ଼ା ବିଡ଼ା ନୋଟ

ନାଇଜେରିଆ: ଦୁନିଆରେ ବିଭିନ୍ନ ସ୍ଥାନରେ ବିବାହ ପରମ୍ପରା ଭିନ୍ନ ଭିନ୍ନ ହୋଇଥାଏ । ଏହି ପରମ୍ପରାକୁ ପିଢି ପରେ ପିଢି ମାନି ଆସିଥାନ୍ତି । କିନ୍ତୁ ନାଇଜେରିଆରେ ଆୟୋଜିତ ଏକ ବିବାହ ଉତ୍ସବର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ନିଆରା ପରମ୍ପରା ରହିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ।

ସାଧାରଣତଃ ବିବାହ ସମୟରେ କନିଆକୁ ଶାଳିନତା ରକ୍ଷା କରିବାକୁ ଘରଲୋକ ପରାମର୍ଶ ଦେଇଥାନ୍ତି । କିନ୍ତୁ ନାଇଜେରିଆରେ ଆୟୋଜିତ ବିବାହ ଉତ୍ସବରେ ଏମିତି କିଛି ଦେଖିବାକୁ ମିଳିଛି । ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଜଣେ କନ୍ୟା ସଜ୍ଜେଇ ହୋଇ ଡ଼୍ରେସ ପିନ୍ଧିଛନ୍ତି । ବିବାହ ସମ୍ପନ୍ନ ହେବା ପରେ ଯେତେବେଳେ କନ୍ୟା ବର ନିକଟକୁ ଆସନ୍ତି ତାଙ୍କୁ ହସିବାକୁ ବାରଣ କରାଯାଇଥାଏ । ସେ ବହୁତ ଗମ୍ଭୀର ଚେହେରା ସହିତ ଠିଆ ହୋଇ ରହିଛନ୍ତି । କନ୍ୟା ଚାରିପାଖରେ ବହୁତ ଲୋକ ମଧ୍ୟ ଜମା ହୋଇଛନ୍ତି । ଏହି ସମୟରେ କନ୍ୟାଙ୍କୁ ହସାଇବା ପାଇଁ ବର ତାଙ୍କ ଉପରେ ବିଡ଼ା ବିଡ଼ା ନୋଟ୍ ଫିଙ୍ଗିଥାନ୍ତି । ଯେତେବେଳେ କନ୍ୟା ଅନୁଭବ କରନ୍ତି ଯେ ଏତିକି ଟଙ୍କା ଯଥେଷ୍ଟ ତେବେ ସେ ହସିଥାନ୍ତି । ପରେ ବର ଟଙ୍କା ପିଙ୍ଗିବା ବନ୍ଦ କରି ଦେଉଛନ୍ତି । ବାସ୍ତବରେ ଏହା ଏଠାକାର ଏକ ପରମ୍ପରା , ଯାହା ବହୁ ବର୍ଷ ଧରି ପାଳନ କରିଆସୁଛନ୍ତି ଲୋକେ ।

ଏହି ଭିଡିଓ ଦେଖିବା ପରେ ଅନେକ ଲୋକ ଏହା ଉପରେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଛନ୍ତି । ଅନେକ କହିଛନ୍ତି ଯେ, ଯେଉଁଠି ବିବାହରେ କନ୍ୟା ସନ୍ତୁଷ୍ଟ ନ ଥିବେ ସେତେବେଳେ ଏହା ଘଟେ । କିଛି ଲୋକ ଏହି ଭିଡିଓକୁ ବାଧ୍ୟତାମୂଳକ ବିବାହ ସହିତ ଯୋଡିଛନ୍ତି ।

 

Comments are closed.