Latest Odisha News

BREAKING NEWS

ଆସନ୍ତା ବୁଧବାରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଅନନ୍ୟ ପଦ୍ମବେଶ

ପୁରୀ : ଶ୍ରୀମନ୍ଦିରରେ ଆସନ୍ତା ବୁଧବାର ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଅନନ୍ୟ ପଦ୍ମବେଶ । ଏଥିପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ନିର୍ମାଣ କାର୍ଯ୍ୟ । ପ୍ରତିବର୍ଷ ତ୍ରିବେଣୀ ଅମାବାସ୍ୟା ପରେ ଓ ବସନ୍ତ ପଞ୍ଚମୀ ପୂର୍ବରୁ ପଡୁଥିବା ବୁଧବାର କିମ୍ବା ଶନିବାର ଦିନ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବଡ଼ସିଂହାର ବେଶରେ ଅନୁଷ୍ଠିତ ହୋଇଥାଏ ଅନନ୍ୟ ପଦ୍ମବେଶ । ତେବେ ଚଳିତ ବର୍ଷ ଆସନ୍ତା ବୁଧବାର ଦିନ ଏହି ବେଶ ଅନୁଷ୍ଠିତ କରାଯିବ ।

ଏହାପର ଦିନ ସକାଳେ ଭକ୍ତମାନେ ପଦ୍ମବେଶ ଦର୍ଶନର ସୌଭାଗ୍ୟ ପାଇବେ । ଭକ୍ତ ମନୋହର ଦାଶଙ୍କ ଭକ୍ତିଭାବର ସମ୍ମାନ ଜଣାଇ କାହିଁ କେତେ ବର୍ଷ ହେବ ଏହି ବେଶ ଅନୁଷ୍ଠିତ ହେଉଥିବାର ବିଧି ରହିଛି । ବଡଛତା ମଠ ପକ୍ଷରୁ ପ୍ରଦତ୍ତ ଏହି ବେଶକୁ ରାତିରେ ବଡ଼ସିଂହାର ବେଶରେ ଭୂଷିତ ହେବାକୁ ଥିବାବେଳେ, ଏହି ବେଶରେ ଦର୍ଶନ କଲେ ଅଶେଷ ଫଳ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି । ସୋଲ, ଜରି, ଜମ୍ବୁରା, କଇଁଥ ଅଠା ଆଦି ପାରମ୍ପରିକ ସାମଗ୍ରୀରେ ଏହି ବେଶ ପ୍ରସ୍ତୁତ କରାଯାଉଥିବା ବେଳେ, ଏଥିରେ ପଦ୍ମଫୁଲ ଲାଗି କରାଯାଇଥାଏ । ବର୍ଷକରେ ଥରେ ଅନୁଷ୍ଠିତ ହେଉଥିବା ଏହି ବେଶ ନିର୍ମାଣରେ ଲାଗି ପଡିଛନ୍ତି କାରିଗର ।

Comments are closed.