ଆଜିକାଲି ସବୁକିଛି ପରି ପିଲାମାନଙ୍କର ଶିକ୍ଷାକୁ ନେଇ ଅନେକ ପରିବର୍ତ୍ତନ ଆସିଛି । ପୂର୍ବରୁ ପିଲାମାନେ ଘରର ଅନୁଶାସନ ଅନୁସରଣ କରୁଥିଲେ । କିନ୍ତୁ ବର୍ତ୍ତମାନ ସେମାନଙ୍କ ପାଇଁ ଏକ ଉପଯୁକ୍ତ ଟାଇମ୍ ଟେବୁଲ ପ୍ରସ୍ତୁତ କରିବାର ଆବଶ୍ୟକତା ପଡ଼ୁଛି । କେବେକେବେ ବାପାମାଆ ପିଲାମାନଙ୍କ ପାଇଁ ଏହି ଟାଇମ୍ଟେବୁଲ ପ୍ରସ୍ତୁତ କରୁଥିବା ବେଳେ ଆଉ କେବେ ନିଜେ ପିଲା ଏହାକୁ ପ୍ରସ୍ତୁତ କରେ । ଏବେ ଜଣେ ୬ ବର୍ଷର ପିଲା ନିଜ ପାଇଁ ପ୍ରସ୍ତୁତ କରିଥିବା ଟାଇମ୍ଟେବୁଲ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଟାଇମ୍ ଟେବୁଲ୍ ହେଉଛି ଏକ ସମୟ ପରିଚାଳନା ସାରଣ । ଯେଉଁଥିରେ ପିଲାମାନେ ପଢିବା ଏବଂ ଲେଖିବାଠାରୁ ଆରମ୍ଭ କରି ଟିଭିଦେଖିବା, ଖେଳିବା ପର୍ଯ୍ୟନ୍ତ ସମୟ ସ୍ଥିର କରାଯାଇଥାଏ । ଯେତେବେଳେ ବାପାମାଆମାନେ ପିଲାମାନଙ୍କ ପାଇଁ ଟାଇମ୍ ଟେବୁଲ ପ୍ରସ୍ତୁତ କରନ୍ତି, ସେମାନେ ଶିଶୁର ଶିକ୍ଷା ଏବଂ ବିକାଶ ଉପରେ ଗୁରୁତ୍ୱ ଦେଇ ଏହାକୁ ପ୍ରସ୍ତୁତ କରନ୍ତି । କିନ୍ତୁ ବର୍ତ୍ତମାନ, ୬ ବର୍ଷର ପିଲା ନିଜ ପାଇଁ ଏମିତି ଏକ ଟାଇମ୍ଟେବୁଲ ପ୍ରସ୍ତୁତ କରିିଛି,ଯାହା ଚର୍ଚ୍ଚିତ ହୋଇଛି । ପିଲାଟି ଏହି ଟାଇମ୍ଟେବୁଲରେ ପ୍ରତ୍ୟେକ କାର୍ଯ୍ୟ ପାଇଁ ଅଲଗା ଅଲଗା ସମୟ ସ୍ଥିର କରିଛି । ଯଦି ଏହାକୁ କେହି ସମ୍ପୂର୍ଣ୍ଣ ପଢିବେ, ହସି ହସି ଗଡିଯିବେ । ପୁରା ଟାଇମ୍ ଟେବୁଲରେ, ଖେଳିବା, ୱାଶରୁମ୍ ଏବଂ ଶୋଇବା ଭଳି କାର୍ଯ୍ୟକଳାପ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଛି । କିନ୍ତୁ ପଢିିବା ପାଇଁ ଗୋଟିଏ ଦିନରେ ମାତ୍ର ୧୫ ମିନିଟ୍ ସ୍ଥିର କରିଛି ପିଲାଟି ।
ଏହି ଟାଇମ୍ ଟେବୁଲ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ରଖିବା ସହ ମଜାଳିଆ ମତ ବି ଦେଇଛନ୍ତି । ଅଧିକାଂଶ ଲୋକ ପିଲାଟି ବହୁତ ଚତୁର ଅଟେ ବୋଲି କହିଛନ୍ତି ।
Comments are closed.