Latest Odisha News

BREAKING NEWS

ଅଜଣା ରୋଗ ଆତଙ୍କ: ପୁଣି ୨ ଜଣଙ୍କ ମୃତ୍ୟୁ

ଲକ୍ଷ୍ମୀପୁର: ଅଜଣା ରୋଗ ଆତଙ୍କ। ପୁଣି ଲକ୍ଷ୍ମୀପୁରରେ ଅଜଣା ରୋଗରେ ୨ ଛୁଆଙ୍କ ମୃତ୍ୟୁ। ନାରାୟଣପାଟଣା ଅଞ୍ଚଳର ୨ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ ହୋଇଥିବା ସୂଚନା ମିଲିଛି। ମୃତକଙ୍କ ମଧ୍ୟରୁ ଜଣଙ୍କର ନାରାୟଣପାଟଣା ମେଡିକାଲରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଏମକେଶିଜିରେ ମୃତ ହେଇଛି। ଏହାକୁ ମିଶାଇ ଅଜଣା ରୋଗରେ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି।

ସୂଚନା ଅନୁସାରେ, ଗତ ସପ୍ତାହରେ ନିକଟବର୍ତ୍ତୀ ବନ୍ଧୁଗାଁ ବ୍ଲଳର କୁମ୍ଭାରୀପୁଟରେ ଜଣେ ଶିଶୁ ଡିପଥେରିଆରେ ମୃତ୍ୟୁବରଣ କରିଥିବା ବେଳେ ବର୍ତ୍ତମାନ ନାରାୟଣପାଟଣା ବ୍ଲକର ଗୋତିଗୁଡାରରେ ଗାଁରେ ଏହି ରୋଗ ଆତଙ୍କ ଖେଳାଇ ଦେଇଛି । ସେପଟେ ଗାଁରେ ସ୍ବାସ୍ଥ୍ୟ ବିଭାଗ ପହଞ୍ଚି ଅନୁଧ୍ୟାନ କରୁଛି । ସେପଟେ ନାରୟଣାପାଟଣାରେ ଅଜଣା ରୋଗରେ ତିନି ଶିଶୁ ମୃତ୍ୟୁବରଣ କରିଥିବା ବେଳେ ଏବେ ୨ଜଣଙ୍କ ମୃତ୍ୟୁ ହେଇଛି।

ବର୍ତ୍ତମାନ ସୁଦ୍ଧା ଡିପ୍‌ଥେରିଆରେ ୬ ଜଣଙ୍କ ଜୀବନ ଗଲାଣି। । ସେମାନଙ୍କ ମଧ୍ୟରୁ ୫ଜଣ କେବଳ ଶିଶୁ ଅଛନ୍ତି । କୋରାପୁଟ, ରାୟଗଡ଼ା ଓ କଳାହାଣ୍ଡିରେ ଯୁଦ୍ଧକାଳୀନ ଭିଭିରେ ଟିକାକରଣ, ସ୍କ୍ରିନିଂ ଓ ଚିକିତ୍ସା ଜାରି ରହିଛି ।

Leave A Reply

Your email address will not be published.