ଭୁବନେଶ୍ୱର: ଦେଶରେ ଆସନ୍ତା ଜୁଲାଇ ୧ ତାରିଖରୁ ଲାଗୁ ହେବ ଅନ୍ଲକ ୨ । ତେବେ ଏହାରି ଭିତରେ ଜୁଲାଇ ମାସ ପାଇଁ ରାଜ୍ୟ ସରକାର କରୋନା ଗାଇଡଲାଇନ୍ ଜାରି କରିଛନ୍ତି । ନୂଆ ଗାଇଡଲାଇନ୍ ଅନୁଯାୟୀ ଜୁଲଇ ମାସର ପ୍ରତି ସପ୍ତାହର ଶନିବାର ଓ ରବିବାର ସଟ୍ଡାଉନ୍ ବଳବତ୍ତର ରହିବ । ତେବେ ଏହି କଟକଣା ୧୦ଟି ଜିଲ୍ଲାରେ ଲାଗୁ ହେବ ।
ଗଞ୍ଜାମ, ଗଜପତି, ଯାଜପୁର, ମୟୁରଭଞ୍ଜ, କଟକ, କେନ୍ଦୁଝର, ଝାରସୁଗୁଡ଼ା, ବାଲେଶ୍ୱର, ଜଗତସିଂହପୁର ଓ ଖୋର୍ଦ୍ଧାରେ ସାପ୍ତାହିକ ସଟ୍ଡାଉନ୍ ଜାରି ରହିବ । ଏହି ୧୦ ଜିଲ୍ଲାକୁ ଜୋନ୍-୧ରେ ରଖଯାଇଛି । ଅନ୍ୟ ସବୁ ଜିଲ୍ଲାକୁ ଜୋନ୍-୨ରେ ରଖଯାଇଛି । ଜୋନ୍-୨ରେ ଏହି କଟକଣା ଲାଗୁ ହେବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।
ସେହିପରି ଜୋନ୍-୧ରେ ଅନ୍ତଃଜିଲ୍ଲା ଯାନବାହନ ଚଳାଚଳ, ପରିସ୍ଥିତି ଅନୁଯାୟୀ ଦୋକାନ ବଜାର ବନ୍ଦ କରିବାକୁ ସ୍ଥାନୀୟ କର୍ତ୍ତୁପକ୍ଷଙ୍କୁ କ୍ଷମତା ଦିଆଯାଇଛି ବୋଲି ସେ କହିଛନ୍ତି ।
Comments are closed.