ପୁରୀ: ଶୀତ କାକରରେ ରାତି କାଟିଲେ ଶହ ଶହ ଅଣପଞ୍ଜିକୃତ ହବିଷ୍ୟାଳି । ବୃନ୍ଦାବତୀ ନିବାସ ଓ ବଗଲା ଧର୍ମଶାଳା ବାହାରେ ରାତି କାଟିଲେ ହବିଷ୍ୟାଳି । ଅନଲାଇନ୍ ଆବେଦନ ସତ୍ତ୍ୱେ ମେସେଜ୍ ଆସିନଥିବାରୁ ପ୍ରଶାସନ ରଖୁନଥିବା ଅଭିଯୋଗ ହୋଇଛି । ରହଣି ଦାବି କରି କାଲିଠୁ ଧାରଣାରେ ବସିଛନ୍ତି ଶତାଧିକ ଅଣପଞ୍ଜିକୃତ ହବିଷ୍ୟାଳି ।
ସୂଚନା ଅନୁସାରେ, ଗତକାଲି ହବିଷ୍ୟାଳିଙ୍କ ପଞ୍ଜିକରଣକୁ ନେଇ ଅସନ୍ତୋଷ ଝାଡିଥିଲେ ପଞ୍ଜିକରଣ କରିନଥିବା ହବିଷ୍ୟାଳି । ପଞ୍ଜିକରଣ ପ୍ରକ୍ରିୟାରେ ବାଦ ପଡିଥିବା ବେଳେ ରହଣୀ ଦାବି କରି ବୃନ୍ଦାବତୀ ନିବାସ ଆଗରେ ଗତକାଲିଠାରୁ ଆନ୍ଦୋଳନ ଜାରି ରଖିଥିଲେ ହବିଷ୍ୟାଳିମାନେ । ଚଳିତ ବର୍ଷ ବୃନ୍ଦାବନ ନିବାସରେ ପାଖାପାଖି ୧୩୦୦ ହବିଷ୍ୟାଳୀଙ୍କ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ବିଭିନ୍ନ ଦ୍ବନ୍ଦ୍ବ ଯୋଗୁଁ ସେମାନଙ୍କ ମଧ୍ୟରୁ କିଛି ହବିଷ୍ୟାଳି ପଞ୍ଜିକରଣ କରିନଥିବା ବେଳେ ଆଉ କିଛି ହବିଷ୍ୟାଳି ନିଜର ସ୍ଥାନ ନଜାଣିପାରି ପୁରୀ ବୃନ୍ଦାବନ ନିବାସ ଆଗରେ ଭିଡ ଲଗାଇବା ସହିତ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ସେପଟେ ଆଜିଠୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। ପଞ୍ଚତୀର୍ଥରେ ସାନ୍ନ କରି ବ୍ରାହ୍ମଣଙ୍କୁ ଗୁଆ ଓ ଛଞ୍ଚା ଟେକି ହବିଷ ଆରମ୍ଭ କରିଛନ୍ତି ହବିଷ୍ୟାଳି। ଅନ୍ୟପଟେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ଆଜିଠୁ କେବଳ ସିଂହଦ୍ୱାର ଓ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିପାରିବେ ଶ୍ରଦ୍ଧାଳୁ । ସିଂହଦ୍ୱାର ବ୍ୟତୀତ ଅନ୍ୟ ୩ ଦ୍ୱାରରେ ଶ୍ରଦ୍ଧାଳୁ ପ୍ରସ୍ଥାନ କରିପାରିବେ। ଅନ୍ୟପଟେ ଆଜି ସନ୍ଧ୍ୟାରେ ନରେନ୍ଦ୍ର କୋଣ ସ୍ଥିତ ବୃନ୍ଦାବତୀ ନିବାସ ଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ହବିଷ୍ୟାଳୀ ବ୍ରତ ୨୦୨୪ର ଶୁଭାରମ୍ଭ କରିବେ।
Comments are closed.