Latest Odisha News

BREAKING NEWS

ସୁନ୍ଦର କାରୁକାର୍ଯ୍ୟର ରୂପ ନେଲା ରେଳଡବାର ଅବ୍ୟବହୃତ ସାମଗ୍ରୀ !

ଭୁବନେଶ୍ୱର: ଭୁବନେଶ୍ୱର ମଂଚେଶ୍ୱର ରେଳଡବା ମରାମତି କାରଖାନାରେ ରେଳ ଇଞ୍ଜିନର ଅବ୍ୟବହୃତ ସରଞ୍ଜାମ ଗୁଡିକୁ ଉପଯୋଗ କରି ସୁନ୍ଦର କଳାକୃତିର ରୂପ ଦିଆଯାଇଛି । ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ମଞ୍ଚେଶ୍ୱର ରେଳଡ଼ବା ମରାମତି କାରଖାନା ଠାରେ ଦେଶର ପ୍ରଥମ ବର୍ଜ୍ୟବସ୍ତୁରୁ ଉର୍ଜା ବା ଇନ୍ଧନ ପ୍ଲାଣ୍ଟ ନିର୍ମାଣ କରି ଇତିହାସ ସୃଷ୍ଟିକରିଥିବାବେଳେ ପୂର୍ବତଟ ରେଳପଥର ଆଉ ଏକ କଳାକୃତି ଲୋକଙ୍କୁ ଆକୃଷ୍ଟ କରିବ ବୋଲି ଜଣାପଡିଛି । ଏହାର ରେଳ ଇଞ୍ଜିନର ଅବ୍ୟବହୃତ ସରଞ୍ଜାମ ଗୁଡିକୁ ଏକ ଅନନ୍ୟ ଉପାୟରେ ଉପଯୋଗ କରି ଆହୁରି ଗୋଟିଏ ପରିବର୍ତ୍ତନ ଆଣିବାକୁ ପଦକ୍ଷେପ ଗ୍ରହଣ କରିଛି । ଯଦ୍ୱାରା ଅବ୍ୟବହୃତ ପଦାର୍ଥ ଗୁଡିକୁ ନଷ୍ଟ ନକରି ପରିବେଷର ସୌନ୍ଦର୍ଯ୍ୟକରଣ ପାଇଁ ବିନିଯୋଗ କରିବାର ମାର୍ଗ ଦେଖାଇଛନ୍ତି ।

ରେଳ ସଦନ ମୁଖ୍ୟ ଫାଟକ ସାମ୍ନା ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ନିଶ୍ଚିତ ଭାବେ ଅଦରକାରୀ ଓ ଅବ୍ୟବହୃତ ରେଳ ଇଞ୍ଜିନ ସରଞ୍ଜାମ ଦ୍ୱାରା ନିର୍ମାଣ କରାଯାଇଥିବା କଳାକୃତି ପ୍ରତି ଆକୃଷ୍ଟ ହେବେ ଏବଂ ସେମାନଙ୍କର କିଛି ସମୟ ଏହି ପ୍ରତିଭାକୁ ନିଖୁଣ ଭାବରେ ଧ୍ୟାନ ଦେବେ । ଏହି କଳାକୃତି ସବୁ ଅବ୍ୟବହୃତ ଡିଜେଲ ରେଳ ଇଞ୍ଜିନ ସରଞ୍ଜାମ ଯଥା ମେଟାଲ, ନଟ ବୋଲ୍ଟ ଗୁଡିକୁ ୱେଲଡିଙ୍ଗ କରାଯାଇ ଅତି ନିଖୁଣ ଭାବରେ ମନୁଷ୍ୟକୃତି ପ୍ରତିଛବି ଓ କାରୁକାର୍ଯ୍ୟରେ ରୂପାନ୍ତରିତ କରାଯାଇଅଛି । ଯାହାକୁ କେହି କଳ୍ପନା ମଧ୍ୟ କରିପାରିବେ ନାହିଁ । ଡିଜେଲ ରେଳ ଇଞ୍ଜିନର ଅବ୍ୟବହୃତ ପଦାର୍ଥ ଯଥା କ୍ୟାମ ଗିୟର, ସିଲିଣ୍ଡର ଲାଇନର, ଏକଜଷ୍ଟ ମାନିଫୋଲଡ଼, କୁଲିଙ୍ଗ ଟିୟୁବ, ପିଷ୍ଟନ କ୍ୟାରିୟର ସହିତ ରଡ଼ ଓ ସ୍ପ୍ରିଙ୍ଗ, ସେଣ୍ଟୀଫ୍ୟୁଗ କଭର, ଏୟାର ବକ୍ସ କଭର, ଵ୍ୟାଗି ଫିଲ୍ଟର ରଡ଼, ବେରିଙ୍ଗ, ବୋଲ୍ଟ ହେଡ଼, ଏଣ୍ଡ ପ୍ଲେଟ ଓ ଫିଲ୍ଟର ନେଟ ବ୍ୟବହୃତ କରାଯାଇଅଛି ଯାହାକି ଅଦରକାରୀ ଓ ଅବ୍ୟବହୃତ ବସ୍ତୁ ଅଟେ ଏବଂ ଏହାକୁ ମାନବ ପ୍ରତିଛବି ଓ କଳାକୃତିରେ ରୂପାନ୍ତରିତ କରାଯାଇଅଛି ।

ବିଶାଖାପାଟଣା ସ୍ଥିତ ଡିଜେଲ ଲୋକୋ ଶେଡ଼ ଦ୍ୱାରା ଏହି କାର୍ଯ୍ୟପନ୍ଥାକୁ ଏକ ଦକ୍ଷତା ଓ କୌଶଳ ବିକାଶ କାର୍ଯ୍ୟକ୍ରମ କହିଲେ ଅତ୍ୟୁକ୍ତି ହେବନାହିଁ । ଅବସର ବିନୋଦନ ସମୟରେ କାର୍ମଚାରୀମାନେ ଏହିଭଳି କାର୍ଯ୍ୟ କରିବା ପ୍ରତି ଆଗଭର ହେଉଥିବାବେଳେ ଅନ୍ୟମାନଙ୍କୁ ଏହି ପ୍ରକାର କଳାକୃତି ଶିଖାଇବାପାଇଁ ମଧ୍ୟ ପ୍ରୟାସ କରୁଛନ୍ତି । ସେମାନେ ମଧ୍ୟ ଏହିଭଳି କଳାକୃତିକୁ ସେମାନଙ୍କର କାର୍ଯ୍ୟସ୍ଥଳ ମାନଙ୍କରେ ସ୍ଥାପନ କରିବା ସହିତ ଅଦରକାରୀ ଓ ଅବ୍ୟବହୃତ ପଦାର୍ଥ ଗୁଡ଼ିକରୁ ବିଭିନ୍ନ ପ୍ରକାର ପ୍ରତିଛବି କାରୁକାର୍ଯ୍ୟ ଯଥା ପଶୁପକ୍ଷୀ, ମାନବ ଓ ସଂସ୍କୃତିର ଛାପ, ଗାଡିମଟର ସହିତ ବହୁ କଳାକୃତି ନିର୍ମାଣ କରିଛନ୍ତି । ପରିବେଶକୁ ସୌନ୍ଦର୍ଯ୍ୟକରଣ କରିବା ସହିତ ପରିବେଶ ପ୍ରତି ଧ୍ୟାନଦେଇ କାରଖାନାରୁ ବାହାରୁଥିବା ଅଦରକାରୀ ଓ ଅବ୍ୟବହୃତ ବସ୍ତୁ ଗୁଡିକୁ ନେଇ ବିଭିନ୍ନ କଳାକୃତି ନିର୍ମାଣ କରାଯାଇ ଏଗୁଡ଼ିକୁ ବିଶାଖାପାଟଣା ରେଳ ଷ୍ଟେସନ, ରେଳବାଇ ଷ୍ଟାଡିୟମ ଓ ଡିଜେଲ ଲୋକୋ ଶେଡ଼ ମାନଙ୍କରେ ସ୍ଥାପନ କରାଯାଇଅଛି ଏବଂ ଅବ୍ୟବହୃତ ବସ୍ତୁରେ ନିର୍ମିତ କିଛି କଳାକୃତିକୁ ଅଳ୍ପଦିନ ମଧ୍ୟରେ ଆରକୁ ଷ୍ଟେସନ ଠାରେ ସ୍ଥାପନ କରାଯିବ ।

Comments are closed.