ଲକ୍ଷ୍ନୌ: ଉତ୍ତରପ୍ରଦେଶର ହାଥରସରେ ଜଣେ ୧୫ ବର୍ଷର ବାଳକର ପେଟରୁ ୱାଚ୍ ବ୍ୟାଟେରୀ, ବ୍ଲେଡ୍, ନଖ ସମେତ ୫୬ଟି ଜିନିଷ ବାହାର କରାଯାଇଛି।
ପେଟରେ ଯନ୍ତ୍ରଣା ଏବଂ ନିଶ୍ୱାସପ୍ରଶ୍ବାସ ନେବାରେ ଅସୁବିଧା ହେବାରୁ ନବମ ଶ୍ରେଣୀରେ ପଢୁଥିବା ଏହି ବାଳକଟିର ଅସ୍ତ୍ରୋପଚାର କରାଯାଇଥିଲା। ତେବେ ଚିକିତ୍ସା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ସୂଚନା ଅନୁଯାୟୀ, ଉକ୍ତ ବାଳକର ପେଟରେ ଯନ୍ତ୍ରଣା ଓ ନିଶ୍ୱାସପ୍ରଶ୍ବାସ ନେବାରେ ଅସୁବିଧା ଅନୁଭବ ହେବାରୁ ତାଙ୍କୁ ପ୍ରଥମେ ହାଥରସ ଏବଂ ପରେ ଜୟପୁରର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ହେବା ପରେ ଘରକୁ ପଠାଇ ଦିଆଯାଇଥିଲା।
ପରବର୍ତ୍ତୀ ସମୟରେ ତାଙ୍କର ଅଲଟ୍ରାସାଉଣ୍ଡ କରାଯିବା ପରେ ପେଟରେ କିଛି ଜିନିଷ ଥିବା ଜଣାପଡିଥିଲା। ତାପରେ ଡାକ୍ତରମାନେ ତାଙ୍କୁ ନୋଏଡାସ୍ଥିତ ଏକ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ସ୍କାନିଂ ପରେ ଶିଶୁର ଶରୀରରେ ପ୍ରାୟ ୫୬ ଖଣ୍ଡ ଧାତୁ ଅଛି ବୋଲି ଜଣାପଡିଥିଲା। ଏହାପରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅକ୍ଟୋବର ୨୭ରେ ଅସ୍ତ୍ରୋପଚାର କରାଯାଇ ପେଟରୁ ସବୁ ଜିନିଷ ବାହାର କରାଯାଇଥିଲା। ତେବେ ସର୍ଜରୀର ଗୋଟେ ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ବାପା କହିଛନ୍ତି।
Comments are closed.