Latest Odisha News

କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଲେ ଉତ୍ତରପ୍ରଦେଶ କ୍ୟାବିନେଟ ମନ୍ତ୍ରୀ କମଲା ରାଣୀ ବରୁଣ

ଲକ୍ଷ୍ନୌ: ଉତ୍ତରପ୍ରଦେଶ କ୍ୟାବିନେଟ ମନ୍ତ୍ରୀ କମଲା ବରୁଣଙ୍କର ଦେହାନ୍ତ ଘଟିଛି। ତାଙ୍କର ସମ୍ପୂର୍ଣ୍ଣ ନାମ କମଳା ରାଣୀ ବରୁଣ ଅଟେ । ସେ ୟୁପି ବିଧାନସଭା ସଦସ୍ୟା ଥିଲେ। ଏହାପୂର୍ବରୁ ସେ ସାଂସଦ ମଧ୍ୟ ରହିଛନ୍ତି। କମଲା ବରୁଣ ୟୁପି ସରକାରରେ ଵୈଷୟିକ ଶିକ୍ଷା ମନ୍ତ୍ରୀ ଥିଲେ। କମଲା ବରୁଣ କରୋନା ସଂକ୍ରମିତ ଥିଲେ ଏବଂ ସେ ଲକ୍ଷ୍ନୌ ସ୍ଥିତ ପିଜିଆଇ ଠାରେ ଚିକିତ୍ସିତ ହେଉଥିଲେ।

ରବିବାର ଦିନ କରୋନା ସଂକ୍ରମଣ ଯୋଗୁଁ ତାଙ୍କର ଦେହାନ୍ତ ହୋଇଛି। ଗତ ଜୁଲାଇ ମାସ ୧୮ ତାରିଖରେ ସେ କରୋନାରେ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଥିଲେ । ପରେ ତାଙ୍କୁ ଲକ୍ଷ୍ନୌ ସ୍ଥିତ ପିଜିଆଇରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ରବିବାର ତାଙ୍କର ମୃତ୍ୟୁ ହୋଇଛି।

Comments are closed.