ଗୋରଖପୁର: କରୋନାରେ ନିଜ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ୟୁପି ସରକାର। ଉତ୍ତରପ୍ରଦେଶର ସିଏମ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଦିନ କରୋନା ଯୋଗୁ ପିତାମାତା ହରାଇଥିବା ପିଲାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବାଲ୍ ସେବା ଯୋଜନା ଅଧୀନରେ ମାସିକ ୪୦୦୦ ଟଙ୍କା ପେନ୍ସନ୍ ଘୋଷଣା କରିଛନ୍ତି।
ଏହି ଯୋଜନା ଅଧୀନରେ ୧୮ ବର୍ଷ ବୟସ ନହେବା ପର୍ଯ୍ୟନ୍ତ ପିତାମାତା ହରାଇଥିବା ପିଲାମାନଙ୍କୁ ରାଜ୍ୟ ସରକାର ମାସକୁ ୪୦୦୦ ଟଙ୍କା ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପ୍ରାୟ ୧୭୪ ଜଣ ପିଲା ନିଜ କରୋନା ଯୋଗୁ ନିଜ ପିତାମାତାଙ୍କୁ ହରାଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ ୧୮ ବର୍ଷରୁ ଅଧିକ ବୟସ୍କ ଏବଂ ବୈଷୟିକ ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ପାଇଁ ନାମ ଲେଖାଇଥିବା ପିଲାମାନଙ୍କ ପାଇଁ ରାଜ୍ୟ ସରକାର ସେମାନଙ୍କୁ ମାଗଣା ଶିକ୍ଷା ସହିତ ଏକ ଟାବଲେଟ୍ ଯୋଗାଇ ଦେବେ ବୋଲି ସିଏମ୍ ସୂଚନା ଦେଇଛନ୍ତି।
Comments are closed.