Latest Odisha News

ଆଳୁ ଲାଞ୍ଚ ନେଇ ପୋଲିସ ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ: ଏବେ ଓଡ଼ିଶାରେ ଆଳୁ ଦର ତଳମୁହାଁ ହେଉନଥିବାରୁ ଏହାକୁ ନେଇ ସମସ୍ତ ପ୍ରଚେଷ୍ଟା ଜାରି ରଖିଛନ୍ତି ସରକାର। ଆଳୁ ଦାମ୍ ଦେଖି ଲୋକେ ଆଳୁ ଖାଇବା ଛାଡିଦେଲା ଭଳି ସ୍ଥିତି ଉପୁଜିଛି। ଏହାରି ଭିତରେ ଏକ ଖବର ଆସିଛି ଯେ ଜଣେ ପୋଲିସ ଅଧିକାରୀ ୫ କେଜି ଆଳୁ ଲାଞ୍ଚ ମାଗି ସସ୍‌ପେଣ୍ଡ ହୋଇଛନ୍ତି।

ସୂଚନା ଅନୁଯାୟୀ ଉତ୍ତରପ୍ରଦେଶର କନୌଜ ଅଞ୍ଚଳରେ ସବ-ଇନ୍ସପେକ୍ଟର ରାମକ୍ରିପାଲ ସିଂ ଲାଞ୍ଚ ଭାବେ ଆଳୁ ଦାବି କରିଥିଲେ। ଏକ ମାମଲାର ଫଇସଲା କରିବା ପାଇଁ ଲାଞ୍ଚ ମାଗୁଥିବାର ଏକ ଫୋନ୍ କଲ ରେକର୍ଡ଼ିଂ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ଖବର ସାମ୍ନାକୁ ଆସିଛି। ଘଟଣା ସାମ୍ନାକୁ ଆସିବା ପରେ କନୌଜ ଆରକ୍ଷୀ ଅଧିକ୍ଷକ(ଏସପି) ଅମିତ କୁମାର ଆନନ୍ଦ ସବ୍-ଇନ୍ସପେକ୍ଟରଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ଏହି ମାମଲାର ଏକ ବିଭାଗୀୟ ଅନୁସନ୍ଧାନ ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି।

ଭାଇରାଲ ଅଡିଓରେ ଲାଞ୍ଚୁଆ ଅଧିକାରୀ ଜଣେ ଚାଷୀଙ୍କୁ ୫ କେଜି ଆଳୁ ମାଗୁଥିବା ଶୁଣିବାକୁ ମିଳୁଛି। ଅନ୍ୟପଟେ ଚାଷୀ ଜଣକ ତାଙ୍କର ଅକ୍ଷମତା ପ୍ରକାଶ କରି ୨ କେଜି ଦେବାକୁ କହୁଛନ୍ତି। ଏହାପରେ ଅଧିକାରୀ ଜଣକ ରାଗି ଯାଇ ତାଙ୍କ ଦାବି ମୁତାବକ ୫ କେଜି ପାଇଁ ଅଡ଼ି ବସୁଛନ୍ତି, ଏହା ପରେ ଅନ୍ତିମ ଚୁକ୍ତି ୩ କେଜିରେ ହେଉଛି। ତେବେ ଆଳୁ ଶବ୍ଦକୁ ପୋଲିସ ଅଧିକାରୀ ଲାଞ୍ଚ ଭାବେ ବ୍ୟବହାର କରିଥିବା ଜଣାପଡିଛି। ଏହି ଘଟାଣାରେ ଦୋଷୀ ସାବ୍ୟସ୍ତ ହେବା ପରେ ଏସଆଇ ରାମକ୍ରିପାଲଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଛି।

Comments are closed.