କଟକ: ଫେସବୁକରେ ଭାରତର ପ୍ରଧାନମନ୍ତ୍ରୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ | ଯାହାକି ମହଙ୍ଗା ପଡିଛି ସମ୍ପୃକ୍ତ ଫେସବୁକ ଆକାଉଣ୍ଟଧାରୀଙ୍କୁ | ଆଉ ରାଜଦ୍ରୋହ ମାମଲାରେ ଉକ୍ତ ଯୁବକକୁ ଗୁରୁବାର ଦିନ ଗିରଫ କରିଛି ଉତ୍ତର ପ୍ରଦେଶ ପୋଲିସ |
ଘଟଣାଟି ଘଟିଛି ସାଲେପୁର ଥାନା ଅନ୍ତର୍ଗତ ରାଇସୁଗୁଡ଼ା ପଂଚାୟତ କୁସମ୍ବି ଗାଁରେ | ଗିରଫ ଯୁବକ ଜଣକ ହେଲେ ସୟଦ ହୁସେନ ଅହମଦ | ତାଙ୍କ ଘର ରାଇସୁଗୁଡ଼ା ପଂଚାୟତ କୁସମ୍ବି ଗାଁରେ | ହୁସେନ କିଛି ଦିନ ତଳେ ଫେସବୁକରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥକୁ ହତ୍ୟା ଧମକ ଦେଇଥିଲେ | ଯାହାକୁ ନେଇ ଉତ୍ତରପ୍ରଦେଶ ବାଗପତ ଜିଲ୍ଲା ସିଂହବାଲି ଥାନାରେ ଅଭିଯୋଗ ହୋଇଥିଲା |
ଫଳରେ ପୋଲିସ ଏହାକୁ ଗୁରୁତର ସହ ନେଇ ଉକ୍ତ ଯୁବକର ମୋବାଇଲକୁ ଟ୍ରାକିଂ କରିଥିଲେ | ଏବଂ ଟ୍ରାକିଂ ଆଧାରରେ ୟୁ ପି ପୋଲିସ ଓଡିଶାର କଟକ ଜିଲ୍ଲା ଅନ୍ତର୍ଗତ ସାଲେପୁର ଥାନା ଅଧୀନ ରାଇସୁଗୁଡ଼ା ପଂଚାୟତ କୁସମ୍ବି ଗାଁରେ ପହଂଚି ହୁସେନକୁ ଗିରଫ କରିଥିଲେ | ତା ବିରୋଧରେ ରାଜଦ୍ରୋହ ମାମଲା ରୁଜୁ କରି ଗିରଫ କରାଯାଇଛି ବୋଲି ୟୁପି ପୋଲିସ କୁଲଦୀପ ସିଂ ଗଣମାଧ୍ୟମକୁ କହିଛନ୍ତି । ବର୍ତ୍ତମାନ ତାକୁ ସାଲେପୁର ଥାନାରେ ରଖାଯାଇଛି | ଆଜି ତାକୁ କଟକ ଅଣାଯିବ।
Comments are closed.