Latest Odisha News

ଶିକ୍ଷାର ଗୁଣବତ୍ତା ପାଇଁ ଯାଞ୍ଚ ଅଭିଯାନ ଆରମ୍ଭ, ସରକାରୀ ବିଦ୍ୟାଳୟର ୯ ହଜାର ଶିକ୍ଷକଙ୍କର କଟିଲା ଦରମା

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଶିକ୍ଷାର ଗୁଣବତ୍ତା ଯାଞ୍ଚ କରିବା ପାଇଁ ଏକ ସ୍ବତନ୍ତ୍ର ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଅନ୍ତର୍ଗତ ୟୁପିର ସମସ୍ତ ବିଦ୍ୟାଳୟରେ ଶିକ୍ଷକଙ୍କ ଉପସ୍ଥିତି, ପାଠ ପଢା ଭଳି ସମସ୍ତ ଦିଗକୁ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ବେଳେ ୯୦୦୦ ଶିକ୍ଷକ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସରକାର ଉକ୍ତ ଶିକ୍ଷକମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି।

ଏହି ଶିକ୍ଷକମାନେ ନିଜ କାର୍ଯ୍ୟକୁ ସଠିକ ଭାବେ ତୁଲାଇନଥିଲେ ଏବଂ ଡ୍ୟୁଟିକୁ ଆସୁ ନଥିବାରୁ ସମସ୍ତଙ୍କର ଦରମା କଟାଯିବା ନେଇ ସୂଚନା ରହିଛି। ସୂଚନା ଅନୁସାରେ ଗତ ଏକ ମାସ ପାଇଁ ରାଜ୍ୟର ସମସ୍ତ ବ୍ଲକରେ ଏହି ଯାଞ୍ଚ ଅଭିଯାନ କରାଯାଇଥିଲା। ବିଦ୍ୟାଳୟଗୁଡ଼ିକର ବାସ୍ତବତାକୁ ଯାଞ୍ଚ କରାଯିବା ପରେ ଏହି ସତ୍ୟ ପଦାକୁ ଆସିଲା।

ମହାନିର୍ଦ୍ଦେଶକ, ବିଦ୍ୟାଳୟ ଶିକ୍ଷା ବିଜୟ କିରଣ ଆନନ୍ଦଙ୍କ ନିର୍ଦ୍ଦେଶରେ ସମସ୍ତ ଜିଲ୍ଲାର ମୌଳିକ ଶିକ୍ଷା ଅଧିକାରୀ ଅନୁପସ୍ଥିତ ଥିବା ଶିକ୍ଷକମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଅନୁପସ୍ଥିତ ଶିକ୍ଷକଙ୍କ ଦରମା କାଟିବା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ସମସ୍ତ ବ୍ଲକରେ ସେପ୍ଟେମ୍ବର ୧ ରୁ ଅକ୍ଟୋବର ୨୦ ପର୍ଯ୍ୟନ୍ତ ରାଜ୍ୟର ୩୦ ହଜାର ବିଦ୍ୟାଳୟ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଯାଞ୍ଚ କରାଯାଇଥିଲା।

Comments are closed.