Latest Odisha News

BREAKING NEWS

ବିରାଡ଼ିକୁ ହତ୍ୟା କରିବା ସନ୍ଦେହରେ ୩୦ ପାରାକୁ ବିଷ ଦେଇ ଦେଲେ ପଡ଼ୋଶୀ

ଶାହଜାହାନ୍ପୁର: କ୍ରୋଧ ଯୋଗୁଁ ଚାଲିଗଲା ୩୦ ପାରାଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଉତ୍ତରପ୍ରଦେଶରେ ଘଟିଛି । ପଡ଼ୋଶୀ ପାରାକୁ ବିଷଖାଦ୍ୟ ଦେଇ ମାରିଥିବା ଅଭିଯୋଗ ।

ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶର ଥାନା ସଦର ବଜାର ଅଞ୍ଚଳର ଆବିଦ୍‌ ନାମକ ବ୍ୟକ୍ତିଙ୍କର ବିରାଡ଼ି ହଜିଯାଇଥିଲା । କିନ୍ତୁ ଆବିଦ୍‌ ତାଙ୍କ ବିରାଡ଼ିକୁ ପଡ଼ୋଶୀ ୱାରିସ୍‌ ଅଲି ହତ୍ୟା କରିଥିବା ସନ୍ଦେହ କରିଥିଲେ । ପରେ ଆବିଦ୍‌ ମୋହଲ୍ଲା ଅମନ୍‌ଜାଇରେ ବିଷମିଶା ଖାଦ୍ୟ ଦେଇ ତାଙ୍କ ୱାରିସ୍‌ ଅଲିଙ୍କର ୩୦ଟି ପାରା ମାରିଦେଇଥିବା ପୋଲିସ କହିଛି । କିନ୍ତୁ, ପରବର୍ତ୍ତୀ ସମୟରେ ଆବିଦ୍‌ ନାମକ ଉକ୍ତ ବ୍ୟକ୍ତିଙ୍କ ବିରାଡ଼ି ତାଙ୍କ ଘରକୁ ଫେରିଆସିଥିଲା। ତେବେ ୱାରିସ୍‌ଙ୍କ ୭୮ଟି ପାରାରୁ ୩୦ଟି ପାରା ମୃତ ହୋଇଥିବା ବେଳେ ଅନେକ ପାରା ଗୁରୁତର ହୋଇଛନ୍ତି।

ଅଲିଙ୍କ ପାରାଙ୍କୁ ବି‌ଷଗୋଳା ଖାଦ୍ୟ ଦେଇଥିବା ଅଭିଯୋଗ ପରେ  ।  ଏହି ଘଟଣାରେ ଆବିଦଙ୍କ ସମେତ ୩ଜଣଙ୍କ ନାମରେ ମାମଲା ରୁଜୁ କରାଯାଇ ତଦନ୍ତ ଚଳାଇଛି  ।

 

 

Leave A Reply

Your email address will not be published.