ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।
ଗୁରୁବାର ଦିନ ବିଧାନସଭା ଅଧିବେଶନ ସମୟରେ ୟୁପି ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ ଧଳା ଫର୍ଚୁନର କାରଟି ନୋ ପାର୍କିଂ ଜୋନରେ ରଖାଯାଇଥିବାରୁ ଏହାକୁ ଟ୍ରାଫିକ ପୋଲିସ ଉଠାଇ ନେଇଛି। କାରଟି ନୋ ପାର୍କିଂ ଜୋନରେ ଥିବାରୁ ଟ୍ରାଫିକ୍ ଜାମ୍ ହେବା ସହ ସାଧାରଣ ଲୋକ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଯାହା ପରେ ଘଟଣାସ୍ଥଳରେ ଟ୍ରାଫିକ୍ ପୋଲିସ ପହଞ୍ଚି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କ୍ରେନରେ ଟାଣି କାରଟିକୁ ହଟାଇଥିଲା। ଏହାର ସମ୍ପୂର୍ଣ ଭିଡିଓ ବର୍ତ୍ତମାନ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ତେବେ ଏହି କାରଟି ମତ୍ସ୍ୟ ମନ୍ତ୍ରୀ ତଥା ନିଶାଦ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ସଞ୍ଜୟ ନିଷାଦଙ୍କର ଥିଲା। ଯିଏକି ୨୫ ମାର୍ଚ୍ଚ ୨୦୨୨ରେ ୟୁପି ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ତେବେ ଟ୍ରାଫିକ୍ ପୋଲିସର ଏହି କାର୍ଯ୍ୟକୁ ସୋସିଆଲ ମିଡିଆରେ ଖୁବ୍ ପ୍ରଶଂସା କରାଯାଉଛି। ଏଥିସହିତ ‘ଆଇନ ସମସ୍ତଙ୍କ ପାଇଁ ସମାନ, ସେ ସାଧାରଣ ନାଗରିକ ହୁଅନ୍ତୁ କିମ୍ବା ମନ୍ତ୍ରୀ ହୁଅନ୍ତୁ ବୋଲି ମଧ୍ୟ ଅନେକ ୟୁଜର୍ସ ମତ ଦେଇଛନ୍ତି।
Comments are closed.