Latest Odisha News

BREAKING NEWS

ଲକ୍ଷ୍ନୌରେ ଚାଞ୍ଚଲ୍ୟ : ପ୍ରେମିକା ପାଇଁ ବଡ ଭାଇକୁ ମାରିଲା ସାନ ଭାଇ, ଅଭିଯୁକ୍ତ ଗିରଫ

ଲକ୍ଷ୍ନୌ: ପ୍ରେମିକା ପାଇଁ ବଡ ଭାଇକୁ ମାରିଲା ସାନ ଭାଇ  । ଏଭଳି  କିଛି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ରାଜ୍ୟର ବେଉଲି ଗାଁରେ  ।  ଦିଅର ହେବ କହି ଭାଇର ପ୍ରେମିକାକୁ ଫୋନ୍‌ କରିବା , ତାକୁ ପ୍ରେମ କରିବା ଓ ପରେ ବାହା ହେବାକୁ ମନବଳାଇ ଜଣେ ସାନଭାଇ ତା’ର ବଡ଼ଭାଇକୁ ହତ୍ୟା କରିଛି  । ପୋଲିସ ଏହି ଘଟଣଶରେ ସାନ ଭାଇକୁ ଗିରଫ କରିଛି ।ସୂଚନା ମୂତାବକ ଅକ୍ଟୋବର ୧୭ ତାରିଖ ସନ୍ଧ୍ୟା ବେଳେ ୨୨ ବର୍ଷିୟ ନିତିନ ଗାଁରୁ ନିଖୋଜ ହୋଇଯାଇଥିଲେ।

ଦୁଇ ଦିନ ପରେ ଗାଁଠାରୁ କିଛି  ଦୂରରେ ଥିବା ଏକ  ଗଛରୁ ଝୁଲନ୍ତା ଅବସ୍ଥାରେ  ନିତିନ ର ମୃତଦେହ ଉଦ୍ଧାର କରାଯାଇଥିଲା । ପରେ ଘଟଣାସ୍ଥଳରେ ସାଲୋନ୍ ପୁଲିସ ପହଞ୍ଚି ଅଧିକ ଛାନଭିନ୍  ଜାରି ରଖିଥିଲେ । ଏବଂ ଶେଷରେ ଏକ ଧାରୁଆ ଅସ୍ତ୍ରରେ ନିତିନକୁ ପିଟି ପିଟି ହତ୍ୟା କରାଯାଇଥିବା ଜାଣିବାକୁ ପାଇଥିଲା ।  ପୋଲିସ ଘଟଣାରେ ଅଭିଯୁକ୍ତ ସାନ ଭାଇକୁ ଗିରଫ କରିଥିବା ସୂଚନା ମିଳିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

Comments are closed.