Latest Odisha News

BREAKING NEWS

ମମିତା ହତ୍ୟା ମାମଲାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ

ବଲାଙ୍ଗିର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୋଲିସ୍‌ ପଚରାଉଚରା କରିଥିବା ୧୦ ଜଣଙ୍କ ସାକ୍ଷୀଙ୍କ ମଧ୍ୟରେ ୨ ଜଣ ବଙ୍ଗାଳି ବ୍ୟକ୍ତି ଅଛନ୍ତି। ପୋଲିସ୍‌ ଏମାନଙ୍କୁ ପଚରାଉଚରା କରିବା ସହ ସମସ୍ତଙ୍କ ବୟାନ ରେକର୍ଡ କରିଛି।

ତେବେ କିଏ ଏହି ଦୁଇ ଜଣ ବଙ୍ଗାଳି ଭାଷାଭାଷି ବ୍ୟକ୍ତି ? ଏହି ଦୁଇ ବ୍ୟକ୍ତିଙ୍କ ମମିତା ମେହେର ହତ୍ୟାକାଣ୍ଡ ସହ କ’ଣ ସମ୍ପର୍କ ରହିଛି  ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ।

ସେପଟେ ଅଭିଯୁକ୍ତ ଗୋବିନ୍ଦ ସାହୁ ୬ଟି ମୋବାଇଲ୍ ବ୍ୟବହାର କରୁଥିଲା ବୋଲି ଜଣାପଡ଼ିଛି । ଅନ୍ୟ ଲୋକଙ୍କ ନାଁରେ ସିମ୍ ଆଣି ଗୋବିନ୍ଦ ଏହାକୁ ବ୍ୟବହାର କରୁଥିଲା ବୋଲି ଜଣାପଡ଼ିଛି । ଯେଉଁମାନଙ୍କ ନାଁରେ ଗୋବିନ୍ଦ ସିମ୍ ଆଣିଛି, ସେମାନଙ୍କୁ ମଧ୍ୟ ପୋଲିସ୍‌ ପଚରାଉଚରା କରିଛି।

ମମିତା ମେହେର ହତ୍ୟା ମାମଲାକୁ ନେଇ ଗତକାଲି ସନ୍ଧ୍ୟାରେ ଉତ୍ତରାଞ୍ଚଳ ଡିଆଇଜି ଏକ ପ୍ରେସ୍‌ମିଟ୍‌ କରିଥିଲେ। ୧୦ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇଥିବା ନେଇ ଉତ୍ତରାଞ୍ଚଳ ଡିଆଇଜି ପ୍ରେସ୍‌ମିଟ୍‌ରେ ସୂଚନା ଦେଇଥିଲେ।

Leave A Reply

Your email address will not be published.