Latest Odisha News

BREAKING NEWS

ସରକାରଙ୍କ ନୂଆ ନିୟମ; ସୋସିଆଲ ମିଡିଆ ଇନଫ୍ଲୁଏନସରଙ୍କୁ ମିଳିବ ୮ ଲକ୍ଷ

ଲକ୍ଷ୍ନୌ: ଏଣିକି ଘରେ ବସି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ। ଉତ୍ତରପ୍ରଦେଶର ଯୋଗୀ ସରକାର ନୂଆ ସୋସିଆଲ ମିଡିଆ ନୀତି ଆପଣେଇଛନ୍ତି।

ଏହି ନୀତି ଅନୁଯାୟୀ, ଯଦି ଆପଣଙ୍କ ଏକ୍ସ, ଫେସବୁକ୍, ୟୁଟ୍ୟୁବ୍ ସହିତ ଅନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଭଲ ଫଲୋଅର୍ସ ରହିଛି ତେବେ ଆପଣ ଏହା ମାଧ୍ୟମରେ ଘରେ ବସି ୨ରୁ ୮ ଲକ୍ଷ ଟଙ୍କା ରୋଜଗାର କରିପାରିବେ।

ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ସରକାର ଜନସାଧାରଣଙ୍କୁ ଜନ କଲ୍ୟାଣ, ଲାଭଦାୟକ ଯୋଜନା ଏବଂ ସଫଳତା ବିଷୟରେ ବିସ୍ତାର କରିବାକୁ ଯୋଗୀ ସରକାର ଡିଜିଟାଲ ମିଡିଆ ପଲିସି ୨୦୨୪ ଆଣିଛନ୍ତି।

ଏକ୍ସ, ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ ସବସ୍କ୍ରାଇବର ଏବଂ ଫଲୋଅର୍ସଙ୍କ ଆଧାରରେ ଏହି ନୂଆ ନୀତିକୁ ୪ଟି ଶ୍ରେଣୀରେ ବିଭକ୍ତ କରାଯାଇଛି। ଯେଉଁଥିରେ ଏକ୍ସ, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଇନଫ୍ଲୁଏନସର ମାନେ ମାସକୁ ୫ଲକ୍ଷ, ୪ ଲକ୍ଷ, ୩ଲକ୍ଷ ଏବଂ ୨ ଲକ୍ଷ ଟଙ୍କା ରୋଜଗାର କରିପାରିବେ। ୟୁଟ୍ୟୁବରେ ଭିଡିଓ, ସର୍ଟ, ପୋଡକଷ୍ଟ ପାଇଁ ୮ଲକ୍ଷ, ୭ଲକ୍ଷ, ୬ଲକ୍ଷ ଏବଂ ୪ ଲକ୍ଷ ଟଙ୍କା ରଖାଯାଇଛି। କେବଳ ଏତିକି ନୁହେଁ ଯଦି କେହି ଏକ୍ସ, ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ ଆପତ୍ତିଜନକ କଣ୍ଟେଣ୍ଟ ପୋଷ୍ଟ କରୁଛନ୍ତି ତେବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

Comments are closed.