Latest Odisha News

BREAKING NEWS

UPSC ପରୀକ୍ଷା ନିୟମରେ ବଡ଼ ପରିବର୍ତ୍ତନ; IAS ଓ IFS ପାଇଥିଲେ…

ନୂଆଦିଲ୍ଲୀ: ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ (ୟୁପିଏସସି) ବୁଧବାର ଦିନ ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୬ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। କମିଶନ ୯୩୩ ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ଜାରି କରିଥିବା ବେଳେ ଆବେଦନର ଶେଷ ତାରିଖ ଫେବୃଆରୀ ୨୪ ରହିଛି।

ପରୀକ୍ଷା କେନ୍ଦ୍ରରେ ପ୍ରବେଶ କେବଳ ଫେସ୍ ଅଥେନଟିକେସନ ପରେ ଅନୁମତି ଦିଆଯିବ। ଏଥର ପ୍ରୟାସ ଏବଂ ଯୋଗ୍ୟତା ସମ୍ବନ୍ଧୀୟ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି।ତଦନୁସାରେ, ଚୟନ ପରେ ପୁନଃ ପରୀକ୍ଷା ଦେବାର ସ୍ୱାଧୀନତା ଆଉ ଉପଲବ୍ଧ ହେବ ନାହିଁ। ଏପରିକି ନୂଆ ପରିବର୍ତ୍ତନ ଅନୁସାରେ ସେବାରେ ଥିବା ସମୟରେ ପୁନର୍ବାର ପରୀକ୍ଷା ଦେଇପାରିବେନି। ନୂଆ ନିୟମ ଅନୁଯାୟୀ, ଯେଉଁ ପ୍ରାର୍ଥୀମାନେ ପୂର୍ବରୁ ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ ଭାବେ ନିଯୁକ୍ତି ପାଇସାରିଛନ୍ତି ଓ ସେହି ପଦବୀରେ କାର୍ଯ୍ୟରତ ଅଛନ୍ତି, ସେମାନେ ସିଏସ୍‌ଇ ୨୦୨୬ ପାଇଁ ଆବେଦନ କରିପାରିବେ ନାହିଁ।

IPS ପାଇଁ ପୂର୍ବରୁ ମନୋନୀତ କିମ୍ବା ନିଯୁକ୍ତ ପ୍ରାର୍ଥୀମାନେ CSE 2026 ରୁ IPS ପାଇଁ ପୁନର୍ବାର ବସିପାରିବେ ନାହିଁ।ଜଣେ ଆଇପିଏସ୍‌ ପାଇଥିଲେ ପୁଣିଥରେ ସେ ସିଲିସ୍ ସର୍ଭିସ ଅଗଜାମ-୨୦୨୬ ଦେଇପାରିବେ। ହେଲେ ସେ ପୁନର୍ବାର ଆଇପିଏସ୍‌ ସେବା ଚୟନ କରିପାରିବେ ନାହିଁ। ସେମାନଙ୍କୁ କେବଳ ଆଇଏଏସ୍‌, ଆଇଏଫ୍‌ଏସ୍‌ କିମ୍ବା ଅନ୍ୟାନ୍ୟ ଗ୍ରୁପ୍-ଏ ସେବା ପାଇଁ ବିଚାର କରାଯାଇପାରିବ।

ସେହିପରି ଯେଉଁମାନେ ପ୍ରିଲିମ୍ ପରେ କିନ୍ତୁ ମେନସ ପରୀକ୍ଷା ପୂର୍ବରୁ IAS କିମ୍ବା IFS ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି, ସେମାନଙ୍କୁ ମୁଖ୍ୟ ପରୀକ୍ଷାରେ ବସିବାକୁ ଅନୁମତି ଦିଆଯିବ ନାହିଁ।

Leave A Reply

Your email address will not be published.