Latest Odisha News

ୟୁପିଏସସି ପରୀକ୍ଷାର୍ଥୀଙ୍କୁ ମିଳିବ ଆଉ ଏକ ସୁଯୋଗ

ନୂଆଦିଲ୍ଲୀ : ୟୁପିଏସସି ଆଶାୟୀଙ୍କୁ ମିଳିବ ଆଉ ଏକ ସୁଯୋଗ । ଗତ ବର୍ଷ କରୋନା କାରଣରୁ ୟୁପିଏସସି ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ଆଶାୟୀଙ୍କୁ ମିଳିବ ଆଉ ଏକ ସୁଯୋଗ । ଯେଉଁମାନଙ୍କ ପାଇଁ ୨୦୨୦ ମସିହାର ୟୁପିଏସସି ପରୀକ୍ଷା ଶେଷ ସୁଯୋଗ ଥିଲା, ସେମାନେ ଆଉ ଏକ ସୁଯୋଗ ପାଇବେ । ଏ ନେଇ ସୁପ୍ରିମକୋର୍ଟକୁ ଜଣାଇଛନ୍ତି କେନ୍ଦ୍ର ସରକାର । କେବଳ ୨୦୨୧ ମସିହାରେ ଗୋଟିଏ ଥର ପାଇଁ ପରୀକ୍ଷାର୍ଥୀଙ୍କୁ ଏହି ସୁଯୋଗ ଦିଆଯିବ ।

ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ରଚନା ସିଂହ ସୁପ୍ରିମକୋର୍ଟରେ ଏକ ପିଟିସନ୍ ଦାୟର କରିଥିଲେ । ଏବଂ ଏଥିରେ ଆଉ ଏକ ସୁଯୋଗ ଦେବାକୁ ମାନ୍ୟବର କୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଅନେକ ପରୀକ୍ଷାର୍ଥୀ ମହାମାରୀ ମଧ୍ୟରେ ଭଲଭାବେ ପରୀକ୍ଷା ପାଇଁ ପ୍ରସ୍ତୁତି କରିପାରିନଥିଲେ । ଏବଂ ସେମାନଙ୍କ ପାଇଁ ଏହା ଶେଷ ସୁଯୋଗ ହୋଇଥିଲା ।

Leave A Reply

Your email address will not be published.