Latest Odisha News

BREAKING NEWS

 ୟୁପିଏସସି ରେଜଲ୍ଟ: ଆଇଏଏସ ତାଲିକାରେ ଓଡ଼ିଆ ଝିଅ କସ୍ତୁରୀ ପଣ୍ଡା

ଭୁବନେଶ୍ୱର:  ପ୍ରକାଶ ପାଇଛି ୟୁପିଏସସି ରେଜଲ୍ଟ । ଏଥର ପରୀକ୍ଷାରେ ପୁଅମାନଙ୍କ ତୁଳନାରେ ଝିଅମାନେ ଭଲ ପ୍ରଦର୍ଶନ କରୁଛନ୍ତି । ଆଇଏଏସ ତାଲିକାରେ ଟପ୍ପର ତାଲିକାରେ ଝିଅ ଥିବାବେଳେ ୨, ୩ ଓ ୪ର୍ଥ ସ୍ଥାନ ମଧ୍ୟ ଝିଅମାନେ ଛଡ଼ାଇ ନେଇଛନ୍ତି ।  ଆଇଏଏସ ତାଲିକାରେ ୪୨ ତମ ରାଙ୍କରେ ଓଡ଼ିଶାର ପ୍ରଣୀତା ଦାସ ଥିବାବେଳେ  ୬୭ତମ ସ୍ଥାନରେ ଅଛନ୍ତି  କସ୍ତୁରୀ ପଣ୍ଡା । ଭୁବନେଶ୍ୱରରେ ରହୁଥିବା କସ୍ତୁରୀ ଏନଆଇଟି ରାଉରକେଲାରୁ ସେ ବି-ଟେକ୍ କରିଛନ୍ତି ।

ଏଥର  UPSC  ପରୀକ୍ଷାରେ ମୋଟ ୯୩୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ମେରିଟ ଲିଷ୍ଟରେ ଇଶିତା କିଶୋରୀ ଟପ୍ପର ହୋଇଥିବାବେଳେ  ଦ୍ବିତୀୟ ସ୍ଥାନରେ ଗରିମା ଲୋହିଆ ଏବଂ ୩ୟରେ ଉମା ହାରାଥି ଏନ୍‌ ଥିବା ଜଣାଯାଇଛି । ଏହାର ସବିଶେଷ ବିବରଣୀ ୟୁପିଏସସିର ଅଫିସିଆଲ ୱେବସାଇଟ  upsc.gov.in.କୁ ଯାଇ ଜାଣିପାରିବେ ।

ସେହିପରି ୩୩ତମ ସ୍ଥାନରେ ଥରୁଣ ପଟ୍ଟନାୟକ ମାଦଳା ଥିବାବେଳେ ୩୮ ରାଙ୍କରେ ଅନୁପ ଦାସ, ୪୨ ରାଙ୍କରେ ପ୍ରଣିତା ଦାସ, ୫୬ ରାଙ୍କରେ ଅର୍ଣ୍ଣବ ମିଶ୍ର, ୫୮ ରାଙ୍କରେ ଦୀକ୍ଷିତା ଯୋଶୀ, ୬୬ ରାଙ୍କରେ କ୍ରିତକା ମିଶ୍ର, ୬୭ ରାଙ୍କରେ କସ୍ତୁରୀ ପଣ୍ଡା,  ୭୩ ରାଙ୍କରେ ପଲ୍ଲବୀ ମିଶ୍ର, ୯୭ ରାଙ୍କରେ ପ୍ରଶାନ୍ତ ରାଜ, ୧୦୬ ରାଙ୍କରେ ସିଦ୍ଧାର୍ଥ ମିଶ୍ର , ୧୩୬ ରାଙ୍କରେ ସୌମ୍ୟରଂଜନ ଦାସ, ୧୪୦ ରାଙ୍କରେ ସୋନାଲି ମିଶ୍ର , ୧୬୨ ରାଙ୍କରେ ଦୁର୍ଗା ପ୍ରସାଦ ଅଧିକାରୀ, ୨୬୧ ରାଙ୍କରେ ସତ୍ୟ ପ୍ରକାଶ ମିଶ୍ର ,୩୬୩ ରାଙ୍କରେ ଦିବ୍ୟା ଜୈନ୍‌, ୫୧୬ ରାଙ୍କରେ ତେଜସ୍ବିନୀ ବେହେରା ରହିଛନ୍ତି ।

ସୂଚନାଥାଉ କି, UPSC ପ୍ରିଲିମନାରୀ ପରୀକ୍ଷା ଜୁନ ୫ ତାରିଖରେ ହୋଇଥିଲା ଏବଂ ଏହାର ରେଜଲ୍ଟ ଜୁନ ୨୨ରେ ପ୍ରକାଶ ପାଇଥିଲା । ମେନ ଏକ୍ଜାମ ସେପ୍ଟେମ୍ବର ୧୬ ରୁ ୨୫ ଯାଏ ହୋଇ ଏହାର ରେଜଲ୍ଟ ମଧ୍ୟ ଡିସେମ୍ବର ୬ ତାରିଖରେ ବାହାରିଥିଲା । ଇଣ୍ଟରଭ୍ୟୁ ମେ’ ୧୮ରେ ଶେଷ ହୋଇଥିଲା ।

Comments are closed.