ମୁମ୍ବାଇ: ଅଭିନେତ୍ରୀ ତଥା ମଡ଼େଲ ଉର୍ଫି ଜାଭେଦ୍ ସବୁବେଳେ ନିଜ ପୋଷାକ ପରିଧାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ ନମକିନ୍ ପ୍ୟାକେଟରେ ତିଆରି ପୋଷାକ ପିନ୍ଧି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ସେ ନମକିନ୍ ପ୍ୟାକେଟ୍ରେ ତିଆରି କରାଯାଇଥିବା ପ୍ୟାଣ୍ଟ ଓ ଟପ୍ ପିନ୍ଧିଛନ୍ତି । ଏଥିରେ ତାଙ୍କ ଲୁକ୍ ବହୁତ ସୁନ୍ଦର ଦେଖାଯାଉଛି । ସେ ‘ଟୁ ୟମ୍’ ନମକିନ ତିଆରି କରୁଥିବା କମ୍ପାନି ପାଇଁ ବିଜ୍ଞାପନରେ ନଜର ଆସିଛନ୍ତି । ଏହାର ଏକ ଭିଡ଼ିଓ ଓ ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଉର୍ଫି ଏପରି ଜଣେ ଅଭିନେତ୍ରୀ ଯିଏ ପ୍ରାୟତଃ ଅଜବ ପୋଷାକ ପିନ୍ଧନ୍ତି ଏବଂ ତାର ଫଟୋ ଓ ଭିଡ଼ିଓକୁୁ ନିଜେ ସୋସିଆଲ ମିଡିଆରେ ସେୟାର କରନ୍ତି । ଛୋଟ ପରଦାରେ କ୍ୟାରିଅର୍ ଆରମ୍ଭ କରି ଉର୍ଫି ଜାଭେଦ୍ ଏବେ ସୋସିଆଲ୍ ମିଡିଆ ସେନସେ୍ସ ପାଲଟିଛନ୍ତି । ଅନେକ ଲୋକ ତାଙ୍କ ପୋଷାକ ହେତୁ ତାଙ୍କୁ ଟ୍ରୋଲ କରୁଥିବାବେଳେ ଅନେକ ତାଙ୍କ ଚେହେରାକୁ ବି ପସନ୍ଦ କରନ୍ତି ।
କେତେବେଳେ ମୋବାଇଲ ତ ଆଉ କେତେବେଳେ ଦେହରେ ସାପ ଗୁଡ଼ାଇ ଉର୍ଫି ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରନ୍ତି । ଏବେ ସେ ନମକିନ୍ ପ୍ୟାକେଟରେ ପୋଷାକ ତିଆରି କରି ପିନ୍ଧିଛନ୍ତି । ଅଧିକାଂଶ ସମୟ ଲୋକମାନେ ତାଙ୍କ ପୋଷାକ ପିନ୍ଧିବା ଷ୍ଟାଇଲକୁ ନେଇ ସମାଲୋଚନା କରିଥାନ୍ତି । କିନ୍ତୁ ଏଥର ଉର୍ଫିଙ୍କର ଏହି ପୋଷାକ ପ୍ରଶଂସକଙ୍କ ହୃଦୟ ଜିତିଛି । ଉର୍ଫିଙ୍କର ଏହା ଏକ ପ୍ରଚାର ଭିଡିଓ ହୋଇଥିଲା ।
Comments are closed.