Latest Odisha News

ପରିସ୍ରା କରି ବୋତଲରେ ରଖିଥିଲେ ପିଇବା ପାଇଁ ଦେଓଘର ରୋପୱେରେ ଫସିଥିବା ଯାତ୍ରୀ

ପୂର୍ବ ଦିନ ରାତିରେ ଖାଇଥିଲେ ଖାଦ୍ୟ, ପାଣି ମିଳିଲା ପରଦିନ ସକାଳେ

ଦେଓଘର: ତ୍ରିକୁଟ ପର୍ବତ ରୋପୱେ ଦୁର୍ଘଟଣାର ଛାତି ଥରା ଦୃଶ୍ୟ ପରେ କିଛି ଅସହଜ କଥା ପଦାକୁ ଆସିଛି । ରୋପୱେ ମଝି ରାସ୍ତାରେ ଫସିଥିବା ସମୟରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ଜୀବନ୍ତ ଉଦ୍ଧାର ହୋଇଥିବା ଲୋକେ ପ୍ରକୃତିସ୍ଥ ହେବା ପରେ ବଖାଣିଛନ୍ତି ତାଙ୍କ ଅନୁଭୂତି ।

ମଝି ଆକାଶରେ ଫସିଥିବା ବେଳେ ପିଇବା ପାଇଁ ପରିସ୍ରା ଆଶ୍ରା କରିବାକୁ ପଡ଼ିଥିଲା ବୋଲି କହିଛନ୍ତି ଜଣେ ବ୍ୟକ୍ତି । ୪୫ ଘଣ୍ଟାର ଉଦ୍ଧାର କାର୍ଯ୍ୟରେ ପ୍ରାୟ ସମଙ୍କେର ବଞ୍ଚିବାର ଆଶା ହ୍ରାସ ପାଉଥିଲା । କିନ୍ତୁ ଆଶା ମରିନଥିଲା । ଏହି ସମୟରେ ପିଇବା ପାଣିର ଅଭାବ ହେବା ମନେକରି, କିଛି ଲୋକ ପାଖରେ ଥିବା ବୋତଲରେ ପରିସ୍ରା କରିବାକୁ ବାଧ୍ୟ ହୋଇଥିଲେ ।

ଯଦି ପାଣିର ଆବଶ୍ୟକତା ପଡ଼େ ତେବେ ନିଜ ପରିସ୍ରା ପିଇ ବଞ୍ଚିବାକୁ ପଡ଼ିବ ବୋଲି ବିନୟ କୁମାର ଦାସ ନାମକ ଯୁବକ ମନସ୍ଥ କରିଥିଲେ । ତେଣୁ ସେ ଏକ ବୋତଲରେ ପରିସ୍ରା କରି ରଖିଥିଲେ ।

ଆଉ ଜଣେ କିଶୋର ଯାତ୍ରୀ କହିଛନ୍ତି, ଆମେ ଫସିଥିବା ସମୟରେ ଅନେକ ମଜା ମଧ୍ୟ କରିଥିଲୁ । ରାତିରେ ଖାଦ୍ୟ ଖାଇଥିବା ବେଳେ ତା ପରଦିନ ସକାଳ ୧୧.୩୦ରେ ଆମେ ପାଣି ପିଇବାକୁ ପାଇଥିଲୁ ।

Comments are closed.