ମୁମ୍ବାଇ: ଫିଲ୍ମରେ ହଟ୍ ସିନ୍ ଛଡା ସୋସିଆଲ୍ ମିଡିଆରେ ନିଜ ପୋଷ୍ଟ ପାଇଁ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଉର୍ବଶୀ ରୌତେଲା । ନିକଟରେ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ପାଇଁ ସେ ବିବାଦରେ ଫସିଛନ୍ତି ।
I’m rooting for her https://t.co/9Se6Myt0Vw
— JP (@jpbrammer) March 31, 2020
ଓଟିଟି ପ୍ଲାଟ୍ଫର୍ମ ଆମାଜନ୍ରେ ରିଲିଜ୍ ହୋଇଛି ଓସ୍କାର୍ ବିଜେତା ଫିଲ୍ମ ପାରାସାଇଟ୍ । ଏହି ଫିଲ୍ମକୁ ନେଇ ଉର୍ବଶୀ ଏକ ରିଭ୍ୟୁ ଟୁଇଟ୍ କରିଥିଲେ । ତେବେ ଉର୍ବଶୀଙ୍କ ଟୁଇଟ୍ ସାମ୍ନାକୁ ଆସିବା ମାତ୍ରେ ଆମେରିକୀୟ ରାଇଟର୍ ଜେ.ପି ବ୍ରାମର୍ ତାଙ୍କ ବିରୋଧରେ ଆଣିଥିଲେ ଟୁଇଟ୍ ଚୋରି ଅଭିଯୋଗ ।
ଫିଲ୍ମର ରିଭ୍ୟୁ ଦେବା ଚକ୍କରରେ ଉର୍ବଶୀ ଜେ.ପି ବ୍ରାମର୍ଙ୍କ ପୋଷ୍ଟକୁ କପି କରି ଟୁଇଟ୍ କରିଥିଲେ । ଯାହା ପରେ ଜେ.ପି ବ୍ରାମର ତାଙ୍କୁ କେତେବେଳେ ଚୋର ତ ପୁଣି କେତେବେଳେ ଭାରତର ଡି ଗ୍ରେଡ୍ ଅଭିନେତ୍ରୀ କହିଥିଲେ । ଏପରିକି ପୋଷ୍ଟ କପି କରିବା ପୂର୍ବରୁ ବ୍ୟାକରଣ ଠିକ୍ କରିନେବାକୁ କହି ତାଙ୍କୁ ଲଗାତାର ଟ୍ରୋଲ୍ କରିଥିଲେ ।
ତେବେ ଉର୍ବଶୀଙ୍କ ଏହି କାରନାମା ପ୍ରଥମ ନୁହଁ ୨୦୧୮ରେ ସୁପର୍ ମଡେଲ୍ ଗିଗିି ହଦିଦ୍ଙ୍କ ଟୁଇଟ୍କୁ ସେ ସିଧାସଳଖ କପି କରି ଇନ୍ଷ୍ଟାଗ୍ରାମ୍ ରେ ପୋଷ୍ଟ କରିଥିଲେ ।
ଚଳିତବର୍ଷ ସବାନା ଆଜମୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ପ୍ରଧାନମନ୍ତ୍ରୀଙ୍କ ଏକ ଟୁଇଟ୍କୁ କପି କରି ଉର୍ବଶୀ ସୋସିଆଲ୍ ମିଡିଆରେ ଖୁବ ଟ୍ରୋଲିଂର ଶିକାର ହୋଇଥିଲେ ।
Comments are closed.