ନୂଆଦିଲ୍ଲୀ:ପୁଣି ତେଜିଲା ଆମେରିକା-ଚୀନ ବିବାଦ । ତାଇବାନକୁ ନେଇ ଚୀନ-ଆମେରିକା ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଇତିମଧ୍ୟରେ ଆମେରିକା ଦାବି କରିଛି, ଚୀନ ଦକ୍ଷିଣ ଚୀନ ସାଗରରେ ରୁଟିନ ଅପରେଶନ ଜାରି ରଖିଛି । ସେତିକି ନୁହେଁ, ଆମେରିକା ବୟୁସେନାର ବି-୫୨ ବିମାନକୁ ରୋକିବାକୁ ଚେଷ୍ଟା କରିଛି ଚୀନ । ଏପରିକି ଆକାଶ ଛାତିରେ ଆମେରିକା ବିମାନକୁ ଧକ୍କା ଦେବା ଉଦ୍ୟମ କରୁଥିଲା ଚୀନ । ଏହାକୁ ନେଇ ତାତିଛି ଆମେରିକା ।
ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟର କହିବା ଅନୁଯାୟୀ,ଚୀନର ଜେ-୧୧ ବିମାନର ପାଇଲଟ ଆମେରିକା ବୟୁସେନାର ବିମାନକୁ ବିନା କାରଣରେ ଏବଂ ତ୍ରୁଟିପୂର୍ଣ୍ଣ ଶୈଳୀରେ ଅଟକାଇବାକୁ ଚେଷ୍ଟା କରିଥିଲା ।ଚୀନ ବିମାନର ବେଗ ବହୁତ ଅଧିକ ଥିଲା । ଗୋଟିଏ ସମୟରେ ଦୁଇଟି ବିମାନ ମଧ୍ୟରେ ଦୂରତା ମାତ୍ର୧୦ ଫୁଟ ଥିଲା । ଏଠାରେ ବିମାନ ଧକ୍କା ଖାଇବାର ଯଥେଷ୍ଟ ଆଶଙ୍କା ଥିଲା ।
ଆମେରିକାର ଅଭିଯୋଗ ଯେ, ଚୀନର ଏହି ବିମାନ ଉଡାଉଥିବା ପାଇଲଟ ଅତ୍ୟନ୍ତ ଅସୁରକ୍ଷିତ ଏବଂ ତ୍ରୁଟିପୂର୍ଣ୍ଣ ଶୈଳୀରେ ଆମେରିକୀ ବିମାନର ଏକଦମ ନିକଟରେ ପହଞ୍ଚିଥିଲା ଏବଂ ଏହାର ରାସ୍ତା ଅଟକାଇବାକୁ ଚାହିଁଥିଲା । ଦୁଇଟି ବମାନ ଏକଦମ ନିକଟବର୍ତ୍ତୀ ହୋଇଥିଲେ ଏବଂ ଧକ୍କାରୁ ଅଳ୍ପକେ ବର୍ତ୍ତିଥିଲେ । ଏହି ଘଟଣା ବୁଧବାର ରାତିରେ ଘଟିଥିଲା । ଏହି ସମୟରେ ଭିଜିବିଲିଟି ମଧ୍ୟ ବହୁତ କମ ଥିଲା ।
ଆମେରିକା ଅଭିଯୋଗ କରିଛି, ଏପରି ଅଭିଯୋଗ ଅନ୍ତରାଷ୍ଟ୍ରୀୟ ବିମାନ ସୁରକ୍ଷା ନିୟମକୁ ଉଲ୍ଲଘଂନ କରୁଛି । ଏହା କେବଳ ଆମେରିକା ନୁହେଁ, ଯେ କୌଣସି ଦେଶର ରୁଟିନ ଅପରେଶନ ପାଇଁ ଘାତକ ହୋଇପାରେ ବୋଲି ଅଭିଯୋଗ ଆଣିଛି ଆମେରିକା ।
#USINDOPACOM Statement on #PRC Unprofessional Intercept: "A People’s Republic of China J-11 pilot executed an unsafe intercept of a U.S. Air Force B-52 aircraft which was lawfully conducting routine operations over the South China Sea…"
Read more⬇️https://t.co/UnCmnneAr7 pic.twitter.com/6k79Koah3V
— U.S. Indo-Pacific Command (@INDOPACOM) October 26, 2023
Comments are closed.