Latest Odisha News

BREAKING NEWS

ପୁରୀ, କୋଣାର୍କ ବୁଲିଲେ ଆମେରିକା ରାଷ୍ଟ୍ରଦୂତ 

ପୁରୀ: ପୁରୀ ଓ କୋଣାର୍କ ବୁଲିଲେ ଆମେରିକାର ରାଷ୍ଟ୍ରଦୂତ ଏରିକ ମାଇକେଲ ଗାରସେତୀ। ସେ ପତ୍ନୀ ଓ ପିଲାମାନଙ୍କ ସହ ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି।

ସୂଚନାନୁସାରେ, ଶନିବାର ଦିନ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ପରିକ୍ରମା କରିବାର ଦିନକ ପରେ ସେ ପରିବାର ସହ ଆଜି ସକାଳେ କୋଣାର୍କର ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି।

ତେବେ ଶନିବାର ସକାଳେ ଭୁବନେଶ୍ୱରରେ ପହଞ୍ଚିବା ପରେ ଗାରସେତୀ ଏବଂ ତାଙ୍କ ପରିବାର ମୁକେଶ୍ୱର ମନ୍ଦିର ମଧ୍ୟ ପରିଦର୍ଶନ କରିଥିଲେ।

ୟୁନେସ୍କୋ ଐତିହ୍ୟ କମ୍ପ୍ଲେକ୍ସ ବୁଲି ଦେଖିବା ପରେ ସେ ସୂର୍ଯ୍ୟ ମନ୍ଦିରରେ ଖୋଦିତ ମୂର୍ତ୍ତିଗୁଡ଼ିକୁ ପ୍ରଶଂସା କରିଥିଲେ। ତାଙ୍କ ଗସ୍ତକୁ ନଜରରେ ରଖି ଉକ୍ତ ସ୍ଥାନରେ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ ବରିଷ୍ଠ ଅଧିକାରୀମାନେ ମଧ୍ଯ ଉପସ୍ଥିତ ଥିଲେ।

 

Comments are closed.