Latest Odisha News

BREAKING NEWS

ବିଶ୍ୱର ପ୍ରଥମ ଚିକନଗୁନିଆ ଭାଇରସ ଟିକାକୁ ଆମେରିକାର ମଞ୍ଜୁରୀ

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ ଚିକନଗୁନିଆ ଭାଇରସ ଟିକାକୁ ମଞ୍ଜୁରୀ। ଆମେରିକାର ସ୍ୱାସ୍ଥ୍ୟ ଅଧିକାରୀମାନେ ଗୁରୁବାର ବିଶ୍ୱର ପ୍ରଥମ ଚିକନଗୁନିଆ ଭାଇରସ ଟିକାକୁ ଅନୁମତି ଦେଇଛନ୍ତି। ଏହି ଭାଇରସ ସଂକ୍ରମିତ ମାଶାଙ୍କ ଦ୍ୱାରା ବ୍ୟାପିଥାଏ, ଯାହାକୁ ଆମେରିକାର ଫୁଡ ଏବଂ ଡ୍ରଗ ଆଡମିନଷ୍ଟ୍ରେସନ ବିଶ୍ୱ ସ୍ୱାସ୍ଥ୍ୟ ଜଗତ ପାଇଁ ଏକ ସମ୍ଭାବ୍ୟ ସଙ୍କଟ ବୋଲି କହିଥିଲା।

ଏଏଫପି ରିପୋର୍ଟ ଅନୁଯାୟୀ ଏହି ଟିକା ୟୁରୋପର ବଲନେବା ଦ୍ୱାରା ବିକଶିତ କରାଯାଇଛି, ଯାହାକୁ ଇକସିକ୍(Ixchiq) ନାମରେ ବିକ୍ରି କରାଯିବ। ଆମେରିକାର ଔଷଧ ନିୟାମକ ଦ୍ୱାରା ଇକସିକକୁ ସବୁଜ ସଂକେତ ଦିଆଯାଇଛି। ଯେଉଁମାନଙ୍କର ଏକ୍ସପୋଜର ହେବାର ଆଶଙ୍କା ଅଧିକ ଏବଂ ୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଏହି ଟିକା ଅନୁମୋଦିତ ହୋଇଛି। ଯେଉଁ ଦେଶରେ ଜୀବାଣୁ ଅଧିକ ବ୍ୟାପିଛି ସେହି ଦେଶରେ ଟିକାକରଣର ଗତି ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି।

ଚିକନଗୁନିଆ ରୋଗ (ସିଏଚଆଇକେଡି) ମଶା ଦ୍ୱାରା ବ୍ୟାପୁଥିବା ଚିକନଗୁନିଆ ଭାଇରସରୁ ହୋଇଥାଏ, ଯେଉଁଥିରେ ଜ୍ୱର ଏବଂ ଗଣ୍ଠିରେ ଦରଜ ଅନୁଭୂତ ହୋଇଥାଏ। ଚିକୁନଗୁନିୟା ଟିକା ସମ୍ବନ୍ଧରେ ଉତ୍ତର ଆମେରିକାର ୩୫୦୦ ଲୋକଙ୍କ ଉପରେ ଦୁଇଟି କ୍ଲିନିକାଲ୍ ପରୀକ୍ଷା କରାଯାଇଥିଲା। ଏହି ଅବଧିରେ ମୁଣ୍ଡବ୍ୟଥା, ଥକ୍କାପଣ, ମାଂସପେଶୀ ଏବଂ ଗଣ୍ଠି ଯନ୍ତ୍ରଣା, ଜ୍ୱର, ବାନ୍ତି ଭଳି ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ପରିଲକ୍ଷିତ ହୋଇଥିଲା। ଗତ ୧୫ ବର୍ଷ ମଧ୍ୟରେ ଚିକନଗୁନିଆର ୫ ମିଲିୟନରୁ ଅଧିକ ମାମଲା ରିପୋର୍ଟ ହୋଇଥିବା ଏଫଡିଏ କହିଛି। ବରିଷ୍ଠ ଏଫଡିଏ ଅଧିକାରୀ ପିଟର ମାର୍କସ କହିଛନ୍ତି ଯେ ଚିକନଗୁନିଆ ଜୀବାଣୁ ସଂକ୍ରମଣ ଗୁରୁତର ଅସୁସ୍ଥତା ତଥା ଦୀର୍ଘସ୍ଥାୟୀ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ତେଣୁ ଏଥିପ୍ରତି ସାବଧାନ ରହିବା ଆବଶ୍ୟକ।

Comments are closed.