Latest Odisha News

ଆମେରିକାଠାରୁ ଭାରତ କିଣିବ ହାରପୁନ ମିସାଇଲ, ଡିଲକୁ ମିଳିଲା ମଂଜୁରୀ

ନୂଆଦିଲ୍ଲୀ:ଆମେରିକା ଆଜି ଆଂଟି ଶିପ ହାରପୁନ ମିସାଇଲ କିଣିବା ନେଇ ଭାରତ ସହ ଚୁକ୍ତି କରିଛି । ପୂର୍ବରୁ ଭାରତ ଏଥିନେଇ ଆଗ୍ରହ ପ୍ରକାଶ କରିଥିଲା । ୮୨ ମିଲିୟନ ଡଲାରର ଏହି ଚୁକ୍ତିକୁ ଏବେ ମଂଜୁରୀ ମିଳିଯାଇଛି । ଏହା ଦ୍ୱାରା ଭାରତର ସୁରକ୍ଷା ବ୍ୟବସ୍ଥା ଆହୁରି ମଜଭୁତ ହେବ । ପେଂଟାଗନ ଡିଫେନ୍ସ ସିକ୍ୟୁରିଟି କର୍ପୋରେଶନ ଏଜେନ୍ସି ସୋମବାର ମଂଜୁରୀ ଲେଟର ଜାରୀ କରିଥିଲା । ମିସାଇଲର ମେଂଟେନାସ ପାଇଁ ସର୍ଭିସ ଷ୍ଟେସନ, ସ୍ପେୟାର ପାର୍ଟ୍ସ, ଟେକ୍ନିକାଲ ଡକ୍ୟୁମେଂଟ ଓ ପର୍ସନାଲ ଟ୍ରେନିଂ ପାଇଁ ବ୍ୟବସ୍ଥା କରାଯିବ ।

୨୦୧୬ରେ ଆମେରିକା ଭାରତକୁ ତାର ଡିଫେନ୍ସ ପାର୍ଟନର ଭାବେ ଘୋଷଣା କରିଥିଲେ । ଏବେ ଏହି ମିସାଇଲକୁ ୩୦ ଦେଶ ଆମେରିକାଠାରୁ କିଣି ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରିଛନ୍ତି । ବର୍ତମାନର ଏହାର ଅତ୍ୟାଧୁନିକ ଜ୍ଞାନକୌଶଳ ଯୋଗୁ ୩ଟି ଯାକ ବାହିନୀ ବ୍ୟବହାର କରିପାରିବେ ।

Leave A Reply

Your email address will not be published.