Latest Odisha News

ପାକିସ୍ତାନକୁ ବଡ ଝଟକା; ବିମାନ ଉଡାଣ ଉପରେ ରୋକ ଲଗାଇଲା ଆମେରିକା

ନୂଆଦିଲ୍ଲୀ: କିଛି ଦିନ ହେବ ପାକିସ୍ତାନରେ ନକଲି ପାଇଲଟଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଯାହାଫଳରେ ପାକିସ୍ତାନ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସ (ପିଆଇଏ) ଉପରେ ଆମେରିକା ବ୍ୟାନ୍ ଲଗାଇଛି ।

ୟୁରୋପିଆନ୍ ୟୁନିୟନ୍ ଆଭିଏସନ ସେଫ୍ଟି ଏଜେନ୍ସି ଆଗାମୀ ୬ ମାସ ଯାଏଁ ପିଆଇଏର ଉଡାଣ ଉପରେ ରୋକ ଲଗାଇଛି ।

ଆମେରିକା ପାକିସ୍ତାନୀ ପାଇଲଟଙ୍କ ନକଲି ଲାଇସେନ୍ସ ଓ ସୁରକ୍ଷା କାରଣକୁ ଦାୟୀ କରିଛି । ୟୁରୋପ ବ୍ୟତିତ ୟୁଏଇ ମଧ୍ୟ ଏହି ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହାସହିତ ପାକିସ୍ତାନ ପାଇଲଟଙ୍କ ସଠିକ୍ ତଥ୍ୟ ମାଗିଛନ୍ତି । ତା’ ପରେ ଯାଇ ପ୍ରବେଶ ଅନୁମତି ମିଳିବ ।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ମେ ମାସରେ ପିଆଇଏର ଏକ ଜେଟ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଯେଉଁଥିରେ ପ୍ରାୟ ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଏହା ପଛରେ ପାଇଲଟଙ୍କର ଭୁଲ ଥିବା ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.