Latest Odisha News

BREAKING NEWS

ଚୀନ ଯିବାକୁ ଥିବା ୪୪ଟି ବିମାନକୁ ରଦ୍ଦ କଲା ଆମେରିକା

ଓ୍ବାସିଙ୍ଗଟନ୍ : ପୁଣି ବିଶ୍ବର ଦୁଇ ସୁପରପାଓ୍ବାରଙ୍କ ମଧ୍ୟରେ ଘନେଇଲା ବିବାଦ । ଚୀନ ଯିବାକୁ ଥିବା ୪୪ଟି ବିମାନକୁ ରଦ୍ଦ କରିଛି ଆମେରିକା । କୋଭିଡ ନିୟମ ଅନୁସାରେ ଆମେରିକାର ବିମାନ ଉପରେ ଚୀନ କଟକଣା ଜାରି କରିବା ପରେ ଯେସାକୁ ତେସା ନୀତିରେ ଆମେରିକା ଏଭଳି ପଦକ୍ଷେପ ନେଇଛି । ବିଦେଶରୁ ଆସୁଥିବା ବିମାନ କୋଭିଡ ସଂକ୍ରମଣ ବୃଦ୍ଧି କରିବାରେ ସହାୟକ ହେଉଥିବା କାରଣ ଦର୍ଶାଇ ଚୀନ ପ୍ରଥମେ ଆମେରିକୀୟ ବିମାନ ଉପରେ କଟକଣା ଜାରି କରିଥିଲା । ଆଉ ଏହାର ଜବାବ ଦେଇ ଚୀନ ଯିବାକୁ ଥିବା ୪୪ଟି ବିମାନକୁ ରଦ୍ଦ କରିଛି ଆମେରିକା ।

BjdElectrycity

କୋଭିଡ ନିୟନ୍ତ୍ରଣ ପଦକ୍ଷେପ ସ୍ବରୂପ ଚୀନ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଆମେରିକାନ, ଡେଲଟା ଓ ୟୁନାଇଟେଡ୍ ଏୟାରଲାଇନ୍ସର ବିମାନ ଉପରେ କଟକଣା ଜାରି କରିଥିଲା । ପ୍ରତିବାଦରେ ଆମେରିକା ଦର୍ଶାଇଥିଲା ଯେ ଏହି ତିନିଟି ଏୟାରଲାଇନସର ବିମାନକୁ ଉଡାଣ ଲାଗି ଅନୁମତି ନ ଦେବା ଦୁର୍ଭାଗ୍ୟର ବିଷୟ । ଏହା ସାଧାରଣ ସ୍ବାର୍ଥର ପରିପନ୍ଥୀ । ବାତିଲ ହୋଇଥିବା ୪୪ଟି ବିମାନ ଏୟାର ଚୀନ, ଚୀନ ଇଷ୍ଟର୍ଣ୍ଣ ଏୟାରଲାଇନସ, ଚୀନ ସଦର୍ଣ୍ଣ ଏୟାରଲାଇନସ ଓ ସିଆମେନ ଏୟାରଲାଇନ୍ସ ଦ୍ବାରା ପରିଚାଳିତ ହେଉଥିଲା ।

Comments are closed, but trackbacks and pingbacks are open.