କ୍ୱିଭ: ୟୁକ୍ରେନ ଉପରେ ରୁଷିଆ ଘନ ଘନ ଆକ୍ରମଣ ଜାରୀ ରଖିଛି । ଏପରିକି ଜନବସତି ଉପରେ ମଧ୍ୟ ଗୁଳି ଓ ମିସାଇଲରେ ଆକ୍ରମଣ କରାଯାଉଥିବା ନେଇ ଖବର ପ୍ରକାଶ ପାଇଛି । ରବିବାର ଆମେରିକାର ନ୍ୟୁୟର୍କ ଟାଇମ୍ସ ସାମ୍ବାଦିକ କ୍ୱିଭରେ ରିପୋର୍ଟିଂ କରୁଥିବା ବେଳେ ରୁଷିଆ ସେନାବାହିନୀ ପକ୍ଷରୁ ଗୁଳିବର୍ଷଣ ହୋଇଥିଲେ । ଭିଡିଓ ଖବରଦାତା ବ୍ରାଣ୍ଡଟ ରେନାଡଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ସାମ୍ବାଦିକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି ।
ଏହି ଘଟଣା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅନ୍ୟ ପକ୍ଷରୁ ରୁଷିଆ ଜନବସତି ଉପରେ ଆକ୍ରମଣ କରୁଥିବା ରିପୋର୍ଟର ସତ୍ୟତା ପରୋକ୍ଷରେ ସମ୍ମୁଖକୁ ଆସିପାରିଛି ।
Comments are closed.