Latest Odisha News

ଚୋରି କରି ଗିଳିଦେଲା ୬ କୋଟିର ହୀରାର କାନଫୁଲ

ନୂଆଦିଲ୍ଲୀ: ହୀରା ଦୋକାନକୁ ଗଲା, ଆଉ ହଳେ ହୀରାର କାନଫୁଲ ଚୋରି କରିବାରେ ବି ସଫଳ ହୋଇଥିଲା ବି ଚୋର । ହେଲେ ବିଡମ୍ବନାର ବିଷୟ, ଧରାପଡିବା ଭୟରେ କାନଫୁଲଟିକୁ ଗିଳିପକାଇଲା । ଏଭଳି କିଛି ଘଟଣା ଏବେ ସାମ୍ନାକୁ ଆସିଛି, ଆମେରିକାର ଓ୍ବାସିଙ୍ଗଟନ ସହରରୁ । ସେଠିକା ଏକ ଚୋର ଟିଫାନି ଆଣ୍ଡ କୋ ଷ୍ଟୋରରୁ ଏକ ୬ କୋଟିରୁ ଅଧିକ ମୂଲ୍ୟର ହୀରାର କାନଫୁଲ ଚୋରି କରିଥିଲା । ଗତ ଫେବୃଆରୀ ୨୬ ତାରିଖରେ ଅର୍ଲାଣ୍ଡୋର ମିଲେନିଆ ନାମକ ଏକ ମଲରୁ ସେ ଏହି ଚୋରି କାଣ୍ଡ ଘଟାଇଥିଲା । ହେଲେ ଚୋରି କରିବା ପରେ ସେ କାନଫୁଲଟିକୁ ଗିଳିଦେବା ଭଳି ଅସାଧାରଣ ପଦକ୍ଷେପ ନେଇଥିଲା ବୋଲି ଅଭିଯୋଗ କରିଛନ୍ତି ଉକ୍ତ ହୀରା ଦୋକାନ ।

ତେବେ ଅଭିଯୋଗ ଅନୁଯାୟୀ, ୩୨ ବର୍ଷୀୟ ଜୟଥାନ ଲରେନ୍ସ ଗ୍ଲାଇଡ ନାମକ ବ୍ୟକ୍ତିଟି ପ୍ରଥମେ ଜଣେ ଅର୍ଲାଣ୍ଡୋ ମ୍ୟାଜିକ୍ ଖେଳାଳିଙ୍କ ପ୍ରତିନିଧି ଭାବରେ ନିଜକୁ ପରିଚୟ ଦେଇ ଟିଫାନି ଆଣ୍ଡ କୋ ମହଙ୍ଗା ଅଳଙ୍କାର ଷ୍ଟୋରରେ ପ୍ରବେଶ କରିଥିଲା । ଯାହା ଦ୍ବାରା ତାକୁ ସେହି ଷ୍ଟୋରରେ ମହଙ୍ଗା ଅଳଙ୍କାର ଦେଖିବାକୁ ଅନୁମତି ମିଳିଥିଲା ।  ଆଉ ଯେତେବେଳେ ସୁଯୋଗ ପାଇଥିଲା, ସେତେବେଳେ ସେ ସେଠାରୁ ହଳେ ହୀରା କାନଫୁଲ, ଯାହାର ମୂଲ୍ୟ ପ୍ରାୟ ୬.୬ କୋଟି, ତାହା ଉଠାଇଥିଲା । ହେଲେ ସିସିଟିଭିରୁ ସବୁ ସତ ଜାଣିବା ପରେ, ଅଭିଯୋଗ ପରେ ସେଠିକା ପୋଲିସ୍ ତାଙ୍କୁ ଫଲୋ କରିଥିଲେ । ଅର୍ଲାଣ୍ଡୋ ପୋଲିସ ବିଭାଗ ଗିଲଡରଙ୍କୁ ଇଣ୍ଟରଷ୍ଟେଟ୍ ୧୦ ପାଖରେ ଅଟକାଇ ଛାନଭିନ୍ କରିଥିଲା । ହେଲେ ଅଧିକାରୀମାନେ ହଜିଯାଇଥିବା କାନଫୁଲ ପାଇପାରିନଥିବାରୁ ତାଙ୍କ ଉପରେ ଡକାୟତିର ଅଭିଯୋଗ ଆଣିପାରି ନଥିଲେ । ପରେ ତାଙ୍କର ସ୍କାନ୍ କରାଯିବାରୁ ତାଙ୍କ ପେଟରେ କିଛି ଥିବା ଜଣାପଡିଥିଲା । ଯାହା ହୀରା ବୋଲି ସନ୍ଦେହ କରିଥିଲା ପୋଲିସ୍ । ଏହା ପରେ ପୋଲିସ୍ ତାଙ୍କୁ ଗିରଫ କରିଥିଲା । ସବୁ ରୋଚକ କଥା ହେଉଛି, ଯେତେବେଳେ ପୋଲିସ୍ ଉକ୍ତ ବ୍ୟକ୍ତିକୁ ଗିରଫ କରିଥିଲା, ସେ ପ୍ରଶ୍ନ କରିଥିଲେ, ଯେ ମୋ ପେଟରେ ଯାହା ଅଛି କ’ଣ ତାହା ପାଇଁ ତାଙ୍କୁ ଅଭିଯୁକ୍ତ ମଣାଯିବ କି?

ତେବେ ଏହାକୁ ନେଇ ପୋଲିସ୍ କହିଛି, ତାଙ୍କୁ ଗିରଫ ପରେ ନିୟମ ଅନୁଯାୟୀ, କାର୍ଯ୍ୟାନୁଷ୍ଠାନ ନିଆଯିବ । ତାହା ପରେ ଯାଇ ତାଙ୍କ ପେଟରେ ଥିବା ଜିନିଷଙ୍କୁ ବାହାର କରାଯିବ ।

Comments are closed.