Latest Odisha News

BREAKING NEWS

ୟୁଏସ ଓପନ: ପୁରୁଷ, ମହିଳା ସିଙ୍ଗଲ୍ସ ଲାଇନଅପ ଚୂଡାନ୍ତ

ନ୍ୟୁୟର୍କ: ୟୁଏସ ଓପନ ଟେନିସ ଟୁର୍ଣ୍ଣାମେଂଟର ପୁରୁଷ ଓ ମହିଳା ସିଙ୍ଗଲ୍ସ ଫାଇନାଲ ଲାଇନଅପ ଚୂଡାନ୍ତ ହୋଇଛି । ଫାଇନାଲ ମ୍ୟାଚ ରବିବାର ଖେଳାଯିବ । ୨ଟି ଯାକ ବିଭାଗରେ ଏଥର ନୂଆ ଚାମ୍ପିୟନ ମିଳିବ । ୧୮ ବର୍ଷ ପରେ ପ୍ରଥମ ଆମେରିକୀୟ ଭାବେ ଟେଲର ଫ୍ରିଟଜ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି । ଏହା ପୂର୍ବରୁ ୨୦୦୬ରେ ଆଣ୍ଡି ରଡିକ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲେ । ଇଟାଲୀର ଏକ ନମ୍ବର ଖେଳାଳି ଜୈନିକ ସିନରଙ୍କୁ ସେ ଫାଇନାଲରେ ଭେଟିବେ । ସେହିପରି ମହିଳା ବିଭାଗ ଫାଇନାଲରେ ଆମେରିକାର ଜେସିକା ପେଗୁଲା ଓ ବେଲାରୁଷର ଆରିନା ସେବଲେଙ୍କୋ ପରସ୍ପରକୁ ଭେଟିବେ ।

ପେଗୁଲା ସେମିଫାଇନାଲରେ ଚେକ ରିପବ୍ଲିକର କରୋଲିନା ମୁଚୋବାଙ୍କୁ ୧-୬, ୬-୪ ଓ ୬-୨ ସେଟରେ ପରାସ୍ତ କରିଥିଲେ । ସେହିପରି ସିନର ୭-୫, ୭-୬ ଓ ୬-୨ ସେଟରେ ଡ୍ରେପରଙ୍କୁ ହରାଇଥିଲେ । ଫ୍ରିଟେଜ ନିଜ ଦେଶର ଫ୍ରାନ୍ସିକ ଟିୟାଫୋ ୪-୬, ୭-୫, ୪-୬, ୬-୪ ଓ ୬-୧ଙ୍କୁ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି ।

Comments are closed.