Latest Odisha News

BREAKING NEWS

ପୁଣି ହାତ, ଗୋଡ଼ ଓ ଅଣ୍ଟାରେ ବେଡ଼ି ପକାଇଲା ଆମେରିକା, ଲେଜ୍ ଓ ଜୁସ୍ ପିଆଇ ଭରତରେ ଛାଡ଼ିଲା

ନୂଆଦିଲ୍ଲୀ: ବେଆଇନ ଭାବେ ଆମେରିକାରେ ରହୁଥିବା ୧୧୬ ଜଣ ଭାରତୀୟ, ସ୍ବଦେଶରେ ପହଞ୍ଚିଛନ୍ତି । ଆମେରିକା ସେନାର ହେଲିକପ୍ଟରରେ ୧୧୬ ଜଣ ଭାରତୀୟଙ୍କୁ ଆଣି ପଞ୍ଜାବର ଅମୃତସରରେ ଛଡ଼ାଯାଇଛି । ଏହା ହେଉଛି ଆମେରିକାରୁ ଭାରତ ଆସିଥିବା ବେଆଇନ ନାଗରିକଙ୍କ ଦ୍ବିତୀୟ ବ୍ୟାଚ । ଏମାନଙ୍କ ମଧ୍ୟରୁ ୬୫ ଜଣ ପଞ୍ଜାବର ହୋଇଥିବା ବେଳେ ୮ ଜଣ ଗୁଜରାଟର । ଉତ୍ତର ପ୍ରଦେଶ, ଗୋଆ, ମହାରାଷ୍ଟ୍ର ଓ ରାଜସ୍ଥାନରୁ ଜଣେ ଲେଖାଏଁ ଅଛନ୍ତି । ସେହିଭଳି ହିମାଚଳ ପ୍ରଦେଶ ଓ ଜାମ୍ମୁ-କାଶ୍ମୀରରୁ ମଧ୍ୟ ଜଣେ ଲେଖାଏଁ ଥିଲେ। ଅଧିକାଂଶଙ୍କ ବୟସ ୧୮ରୁ ୩୦ ବର୍ଷ ମଧ୍ୟରେ ।

ଆମେରିକାରେ ଗିରଫ ହେବା ପରେ ଏମାନଙ୍କ ହାତ, ଗୋଡ଼ ଓ ଅଣ୍ଟାରେ ବେଡ଼ି ପକାଇ ଏମାନଙ୍କୁ ସି-୧୭ ସାମରିକ ହେଲିକପ୍ଟରରେ ଅମୃତସର ଅଣାଯାଇଛି । ପୁରୁଷ-ମହିଳା ସମସ୍ତଙ୍କଠାରେ ବେଡ଼ି ପଡ଼ିଥିଲା । ହେଲିକପ୍ଟରରେ ଗୋଟେ ୱାସରୁମ୍ ରହିଛି । ପୁରୁଷ ହୁଅନ୍ତୁ ବା ମହିଳା, ୱାସରୁମ୍ ଗଲା ବେଳେ ମଧ୍ୟ କାହାଠାରୁ ବେଡ଼ି ଖୋଲାଯାଇ ନଥିଲା । ଖାଇଲା ବେଳେ ବି ସେମାନଙ୍କ ଦେହରେ ବେଡ଼ି ରହିଥିଲା । ୪୦ ଘଣ୍ଟାର ଯାତ୍ରା ବେଳେ ଏମାନଙ୍କୁ କେବଳ ଗୋଟେ ଲେଖାଏଁ ଲେଜ୍ ଓ ଜୁସ୍ ଦିଆ ଯାଇଥିଲା । ପୁଣି ୧୫୭ ଜଣଙ୍କୁ ଧରି ରବିବାର ରାତିରେ ଆମେରିକାର ତୃତୀୟ ସାମରିକ ବିମାନ ଭାରତରେ ପହଞ୍ଚିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ଫେରିବାର ଦିନକ ପରେ ଏହି ଭାରତୀୟମାନେ ଅମୃତସରରେ ପହଞ୍ଚିଛନ୍ତି । ପୁଣି ରବିବାର ଆସୁଛି ତୃତୀୟ ବ୍ୟାଚ୍ ।

ସୂଚନା ଥାଉକି, ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ବିନା କାଗଜପତ୍ରରେ ବେଆଇନ ଭାବେ ଯେଉଁମାନେ ଆମେରିକାରେ ରହୁଥିଲେ, ଏବେ ସେମାନଙ୍କୁ ଆମେରିକାରୁ ତଡ଼ି ଦିଆଯାଇଛି । ରାଷ୍ଟ୍ରପତିଙ୍କ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଆମେରିକାରେ ବୋଇନ ଭାବେ ଥିବା ଅନ୍ୟ ଦେଶର ନାଗରିକଙ୍କୁ ଖୋଜି ଖୋଜି ତଡ଼ାଯାଉଛି । ପୂର୍ବରୁ ବ୍ରାଜିଲ, କଲମ୍ବିଆ ଏବଂ ଗୁଏତମାଲା ନାଗରିକଙ୍କୁ ସେମାନଙ୍କ ଦେଶକୁ ଠିକ ଏମିତି ହାତ, ଗୋଡ଼ ଓ ଅଣ୍ଟାରେ ବେଡ଼ି ପକାଇ ପଠାଇ ଥିଲା ଆମେରିକା । ଆଉ ଏବେ ଭାରତ ସହ ପେରୁ ଓ ହଣ୍ଡୁରାସ୍ ଏବଂ ଗୁଏତମାଲାକୁ ନାଗରିକଙ୍କୁ ପଠାଯାଇଛି ।

Comments are closed.