ଲକ୍ଷ୍ନୌ: ଯୌତୁକରେ ୧୦ ଲକ୍ଷ ଓ କାର ମିଳିଲାନି ବୋଲି ନିଜ ବୋହୂକୁ ଏଚଆଇଭି ଇଞ୍ଜେକସନ ଦେବାକୁ ପଛାଇଲେନି ଶ୍ୱଶୁରଘର ଲୋକ। ୟୁପିର ସାହାରନପୁର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି।
ଏନେଇ ସାହାରନପୁର ଏସପି କହିଛନ୍ତି, “ପିଡିତା ସାହାରନପୁରର ବାସିନ୍ଦା। ଘଟଣାରେ ଆମେ ତାଙ୍କ ସ୍ୱାମୀ, ଦିଅର, ଭାଉଜ, ନଣନ୍ଦ ଏବଂ ଶାଶୁଙ୍କ ବିରୋଧରେ ଆଇପିସି ଧାରା ୩୦୭, ୪୯୮ଏ, ୩୨୩, ୩୨୮, ୪୦୬ ଯୌତୁକ ଧାରା ଅନୁଯାୟୀ ଗଙ୍ଗୋହ ଥାନାରେ ଏକ ଏଫଆଇଆର ଦାଖଲ କରିଛୁ।
ସୂଚନା ଅନୁଯାୟୀ ମହିଳାଙ୍କ ବିବାହ ସମୟରେ ତାଙ୍କ ବାପା ଯୌତୁକ ବାବଦକୁ ନଗଦ ୧୫ ଲକ୍ଷ ଟଙ୍କା, ଏକ କାର୍ ଦେଇଥିଲେ। ତଥାପି ଶାଶୁ ଘର ଲୋକେ ଆଉ ୧୦ ଲକ୍ଷ ସହ ବଡ଼ କାର ଦାବି କରିଥିଲେ। ଠିକ୍ ସମୟରେ ଦେଇ ନପାରିବାରୁ ମହିଳାଙ୍କୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦିଆଯାଇଥିଲା।
ତେବେ ଏନେଇ ଶୁଣାଣି ସମୟରେ କୋର୍ଟରେ ପୀଡିତାଙ୍କ ବାପା ବୟାନ ଦେଇ କହିଛନ୍ତି ଯେ ସେ ଫେବୃଆରୀ ୨୦୨୩ ରେ ତାଙ୍କ ଝିଅର ବିବାହ କରିଥିଲେ ଏବଂ ବିବାହରେ ପ୍ରାୟ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଯାହାପରେ ସେମାନେ ଆଉ ଅଧିକ ଯୌତୁକ ଦାବି କରିଥିଲେ। ସେ ବାରମ୍ବାର ଅସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଯାହାପରେ ମହିଳା ଜଣକ ଏଚଆଇଭି ପଜିଟିଭ୍ ବୋଲି ଜଣାପଡିଥିଲା। ଏହି ଘଟଣାକୁ ନେଇ ପୀଡିତାଙ୍କ ବାପାମାଆ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
Comments are closed.