ମୁମ୍ବାଇ: ଆମେରିକୀୟ ର୍ୟାପର ଏବଂ ଗୀତିକାର ଲିଲ୍ଉଜି ଭର୍ଟ କରିଥିବା କାମ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ସେ ମଥାରେ ୧୧ କ୍ୟାରେଟ୍ର ଏକ ଗୋଲାପୀ ରଙ୍ଗର ହୀରା ଲଗାଇଛନ୍ତି । ତା’ର ଦାମ୍ ୨୪ ନିୟୁତ ଡଲାର । ଅର୍ଥାତ୍ ଭାରତୀୟ ମୁଦ୍ରାରେ ପାଖାପାଖି ୧୭୫ କୋଟି ଟଙ୍କା । ସୋସିଆଲ ନେଟୱର୍କିଂ ସାଇଟ୍ ଇନ୍ଷ୍ଟାଗ୍ରାମରେ ସେ ଏକ ଭିଡିଓ ସେୟାର କରିଥିଲେ । ସେଥିରେ ତାଙ୍କର ଏହି ନୂଆ ଅବତାରକୁ ଦେଖିବାକୁ ମିଳିଛି ।
କ୍ୟାପ୍ସନରେ ସେ ଲେଖିଛନ୍ତି, ‘ଏହି ହୀରାକୁ କିଣିବା ଲାଗି ୨୦୧୭ ମସିହାରୁ ଏକ ନାମୀ ଦାମୀ ହୀରା କଂପାନିକୁ ଟଙ୍କା ପଇଠ କରିଆସୁଥିଲି । ନିକଟରେ ମୋର କିସ୍ତି ସରିଛି । ପ୍ରଥମ ଥର ପାଇଁ ମୁଁ ଏପରି ପ୍ରାକୃତିକ ଗୋଲାପୀ ରଙ୍ଗର ହୀରା ଦେଖିଲି ।’
୨୭ ବର୍ଷୀୟ ଏହି ର୍ୟାପରଙ୍କ ପ୍ରକୃତ ନାମ ସାୟମର ଉଡ୍ସ । ତେବେ ଲିଲ୍ ଉଜି ଭର୍ଟ ନାମରେ ନିଜର ୧୩.୯ ନିୟୁତ ଅନୁଗାମୀଙ୍କ ମଧ୍ୟରେ ସେ ପରିଚିତ ।
Comments are closed.