Latest Odisha News

BREAKING NEWS

ଟ୍ରେଡ ଡିଲ ପରେ ବଦଳିଲା ଆମେରିକା ଚାଲ, ହଟାଇଲା ମ୍ୟାପ

ନୂଆଦିଲ୍ଲୀ: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିନାମା ହେବା ପରେ ଫେବୃଆରୀ ୭ ତାରିଖରେ ଯୁକ୍ତରାଷ୍ଟ୍ର ବାଣିଜ୍ୟ ପ୍ରତିନିଧି (USTR) ଏକ ଭାରତୀୟ ମାନଚିତ୍ର ସେୟାର କରିଥିଲା। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହା ପୂର୍ବରୁ ଆମେରିକୀୟ ଏଜେନ୍ସିଗୁଡ଼ିକ ବିଭିନ୍ନ ରଙ୍ଗ କିମ୍ବା ବିନ୍ଦୁଯୁକ୍ତ ରେଖା ବ୍ୟବହାର କରି ଭାରତୀୟ ମାନଚିତ୍ରରେ ଭାରତୀୟ କ୍ଷେତ୍ର PoK ଏବଂ ଅକ୍ସାଇ ଚୀନକୁ ବିବାଦୀୟ ଅଞ୍ଚଳ ଭାବରେ ଚିହ୍ନଟ କରିଥିଲେ।

ସେୟାର କରାଯାଇଥିବା ପୋଷ୍ଟରେ ଏପରି କୌଣସି ରେଖା ନଥିଲେ ମଧ୍ୟ ସମଗ୍ର ଅଞ୍ଚଳକୁ ଭାରତର ଏକ ଅବିଚ୍ଛେଦ୍ୟ ଅଂଶ ଭାବରେ ଦର୍ଶାଯାଇଥିଲା।

ତେବେ ଏହି ପରିବର୍ତ୍ତନ ପରେ ଅନେକ ବିଶେଷଜ୍ଞ ପରାମର୍ଶ ଦେଇଥିଲେ ଯେ ଏହି ପଦକ୍ଷେପ ପାକିସ୍ତାନ ଏବଂ ଚୀନ୍ ସହିତ ଆମେରିକାର ତିକ୍ତ ସମ୍ପର୍କ ମଧ୍ୟରେ ଭାରତକୁ ସମର୍ଥନ କରିବାର ଏକ ସଙ୍କେତ ହୋଇପାରେ ବୋଲି କୁହା ଯାଉଛି।ଏହି ସମସ୍ତ କଳ୍ପନାଜଳ୍ପନା ମଧ୍ୟରେ USTR ବର୍ତ୍ତମାନ୍ ଏହି ପୋଷ୍ଟଟିକୁ ହଟାଇ ଦେଇଥିବା ଖବର ମିଳିଛି। କିନ୍ତୁ ଏ ନେଇ କୌଣସି ସରକାରୀ ବିବୃତ୍ତି ବର୍ତ୍ତମାନ୍ ସୁଦ୍ଧା ଜାରି କରାଯାଇ ନାହିଁ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ PoK ଅର୍ଥାତ୍ ଜମ୍ମୁ ଏବଂ କାଶ୍ମୀର ସହିତ ବିବାଦ ବହୁ ଦଶନ୍ଧି ଧରି ଜଡିତ ରହିଛି। ଯାହାକି ୧୯୪୭ ମସିହାରୁ ଜାରି ରହିଛି ଏବଂ ଏହା ଦୁଇ ଦେଶ ମଧ୍ୟରେ ଯୁଦ୍ଧ, ଉତ୍ତେଜନା ଏବଂ କୂଟନୈତିକ ସଂଘର୍ଷର କାରଣ ମଧ୍ୟ ପାଲଟିଛି।

Comments are closed.