Latest Odisha News

BREAKING NEWS

କରୋନା ବେଳେ ଚିନ୍ତା ବଢାଇଲା ନୂଆ ଭାଇରସ୍, ଆମେରିକାରେ ହେଲା ଚିହ୍ନଟ

ୱାସିଂଟନ୍‌: ଚଳିତ ବର୍ଷ ପ୍ରଥମ କରି ଯୁକ୍ତରାଷ୍ଟ୍ର ଆମେରିକାର ମାସାଚ୍ୟୁସେଟ୍‌ସ୍‌ରେ ବିରଳ ‘ମଙ୍କିପକ୍ସ୍‌’ ସଂକ୍ରମଣ ଚିହ୍ନଟ ହୋଇଛି। ଏହି ରୋଗରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଜଣକ କାନଡା ଭ୍ରମଣରେ ଯାଇଥିଲେ।

ଆକ୍ରାନ୍ତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଟ୍ରାକିଙ୍ଗ୍‌ କରିବା ଲାଗି ସରକାରୀ ଅଧିକାରୀ ଓ ସ୍ବାସ୍ଥ୍ୟ ସେବା ପ୍ରଦାନକାରୀମାନେ ଉଦ୍ୟମ ଚଳାଇଛନ୍ତି। ଏହି ସଂକ୍ରମଣ ଏବେ ସର୍ବସାଧାରଣଙ୍କ ନିମନ୍ତେ ବିପଦର କାରଣ ନାହିଁ ବୋଲି ସରକାରୀ ଅଧିକାରୀମାନଙ୍କର ବିଶ୍ବାସ।

ମଙ୍କିପକ୍ସ ଏକ ବିରଳ ତଥା ଗମ୍ଭୀର ଭାଇରାଲ୍ ରୋଗ ଯାହା ସାଧାରଣତଃ ଫ୍ଲୁ ଭଳି ରୋଗ । ଏହା ମୁହଁ ଏବଂ ଶରୀରରେ ଦାନା ଦାନା ରୂପରେ ବିକଶିତ ହୋଇଥାଏ । ଏହାର ସଂକ୍ରମଣ ୨ ରୁ ୪ ସପ୍ତାହ ପର୍ଯ୍ୟନ୍ତ ରହିଥାଏ । ଏହି ଭାଇରସ୍ ଲୋକଙ୍କ ମଧ୍ୟରେ ସହଜରେ ବ୍ୟାପେନାହିଁ । କିନ୍ତୁ ରୋଗୀ ଶରୀରର ତରଳ ପଦାର୍ଥ ଏବଂ ମଙ୍କିପକ୍ସ ଘା ସଂସ୍ପର୍ଶରେ ଆସିବା ଦ୍ବାରା ଏହା ବ୍ୟାପିପାରେ ।
Leave A Reply

Your email address will not be published.