Latest Odisha News

ଆମେରିକାରେ ଭୟଙ୍କର ସ୍ଥିତି: ଗୋଟିଏ ଦିନରେ ଦୁଇ ଲକ୍ଷ କରୋନା ପଜିଟିଭ୍

କରୋନାର ଥାର୍ଡ ଓ୍ୱେଭରେ ତ୍ରାହି ତ୍ରାହି ଡାକ ଛାଡୁଛି ଆମେରିକା । ମହାମାରୀ ସ୍ଥିତି ସଙ୍ଗୀନ । ଗୋଟିଏ ଦିନରେ ରେକର୍ଡ ଦୁଇ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଆମେରିକାରେ ଏଯାଏ ସର୍ବାଧିକ ୨ ଲକ୍ଷ ୧ ହଜାର ୯୬୧ ଜଣ ସଂକ୍ରମିତ ହୋଇଛନ୍ତି ।

ଜନ୍ସ ହପକିନ୍ସ ୟୁନିଭର୍ସିଟି ପକ୍ଷରୁ ଏନଇ ସୂଚନା ଦେଇଛି । ସେହିପରି ଗତ ୨୪ ଘଣ୍ଟାରେ ଆଉ ହଜାରେ ୫୩୫ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଛନ୍ତି । ଯାହାକି ଚଳିତ ମାସରେ ଦୈନିକ ସର୍ବାଧିକ ଡେଥ୍ କେସ୍ ।

ଆମେରିକାରେ କରୋନାରେ ୧ କୋଟି ୨ ଲକ୍ଷ ୩୮ ହଜାର କରୋନାରେ ଆକ୍ରାନ୍ତ ହେଲେଣି । ୨ ଲକ୍ଷ ୩୯ ହଜାର ୫୮୮ ଜଣ ମୃତ୍ୟୁବରଣ କରିଛନ୍ତି । ୩୩ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।

ବିଶେଷଜ୍ଞ କହୁଛନ୍ତି, ଆଗକୁ ଆମେରିକାରେ ମହାମାରୀ ଅଧିକ ଭୟଙ୍କର ରୂପ ଦେଖାଇପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବି ନିକଟରେ ଚେତେଇ ଦେଇଥିଲା ଯେ, ମହାମାରୀ ସହ ଲଢ଼େଇରେ ଆମର ମନୋବଳ ଭାଙ୍ଗି ଯାଉଛି । କିନ୍ତୁ ପ୍ରାଣଘାତୀ କରୋନା ଥକିବ ନାହିଁ । ସତର୍କତା ଓ ସଚେତନତା ହିଁ ଏକମାତ୍ର ଉପାୟ ।

Leave A Reply

Your email address will not be published.