ଯଦି ମୁଁ ଭାରତୀୟ ହୋଇଥାନ୍ତି ତେବେ ବିହାର ଯାଇ ନୀତିଶଙ୍କୁ ଜବାବ ଦେଇଥାନ୍ତି-ମୁଖ୍ୟମନ୍ତ୍ରୀଙ୍କ ଅଶ୍ଳୀଳ ବୟାନ ଉପରେ ବର୍ଷିଲେ ଆମେରିକୀ ଗାୟିକା
ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିବାଦୀୟ ବୟାନ ଉପରେ ଆଫ୍ରିକା-ଆମେରିକା ଅଭିନେତ୍ରୀ ତଥା ଗାୟିକା ମେରୀ ମିଲବେନ ଜୋରଦାର ବର୍ଷିଛନ୍ତି । ବିଧାନସଭାରେ ଏପରି ବୟାନ ଦେଇଥିବାରୁ ନୀତିଶଙ୍କୁ କଡାଭାଷାରେ ନିନ୍ଦା କରିଛନ୍ତି । ସେ ନୀତିଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି ।
ଅନ୍ୟପକ୍ଷେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କର ପ୍ରଶଂସା କରି କହିଛନ୍ତି, ପ୍ରଧାନମନ୍ତ୍ରୀ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ଛିଡ଼ା ହୋଇଛନ୍ତି । ମିଲବେନ ଭାରତ ଏବଂ ଭାରତୀୟ ନାଗରିକଙ୍କ ପ୍ରଗତି ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସବୁଠାରୁ ଭଲ ନେତା ବୋଲି କହିଛନ୍ତି ।
ଆଫ୍ରିକୀ-ଆମେରିକୀ ସିଙ୍ଗର ଏକ ଭିଡିଓ ଜାରି କରି କହିଛନ୍ତି, ଭାରତ ଏକ ନିର୍ଣ୍ଣାୟକ ସମୟକୁ ସାମ୍ନା କରୁଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏପରି ଟିପ୍ପଣୀ ପରେ, ମୋର ମତ, ଜଣେ ସାହାସୀ ମହିଳା ଆଗାକୁ ଆସି ବିହାର ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଜକୁ ଦାବିଦାର ଘୋଷଣା କରିବା ଦରକାର । ’
ସେ ଆହୁରି କହିଛନ୍ତି, ଯଦି ସେ ଭାରତୀୟ ନାଗରିକ ହୋଇଥାନ୍ତେ ତେବେ ବିବହାର ଯାଇଥାନ୍ତେ ଏବଂ ମୁଖ୍ୟମନ୍ତ୍ରୀ ପଦପାଇଁ ନିର୍ବାଚନ ଲଢିଥାନ୍ତେ । ଏବେ ସମୟ ଆସିଯାଇଛି, ନୀତିଶ କୁମାର ପଦରକୁ ଇସ୍ତଫା ଦିଅନ୍ତୁ ବୋଲି ସେ କହିଛନ୍ତି ।
ଭିଡିଓରେ ସେ କହିଛନ୍ତି, ବିହାରର ମହିଳାଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କର ବିକାଶ କରିବା ପାଇଁ ବିଜେପି ନେତୃତ୍ୱ ନେଇ ଆଗକୁ ଆସିବା କଥା ।
ସୂଚନାଥାଉ କି, ନୀତିଶ କୁମାର ବିଧାନସଭାରେ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ସମ୍ବୋଧନ କରୁଥିବାବେଳେ ଏପରି କିଛି ଅଶ୍ଳୀଳ କଥା କହିଥିଲେ ଯାହାକୁ ସାରା ଦେଶରେ ନିନ୍ଦା କରାଯାଉଛି । ଏବେ ଏହି ବିରୋଧର ସ୍ୱର ବିଦେଶ ମାଟିରେ ବି ଶୁଣିବାକୁ ମିଳିଲାଣି ।
Brothers and sisters of India, Namaste ??
The 2024 election season has commenced across the world, here in America and certainly in India. Election seasons present an opportunity for change, to put an end to outdated policies and non progressive people, replaced with voices and… pic.twitter.com/yaetjrhgqk
— Mary Millben (@MaryMillben) November 8, 2023
Comments are closed.