Latest Odisha News

ପୂରିଲା ଡେଡଲାଇନ୍: ଆଫଗାନିସ୍ତାନରୁ ଫେରିଗଲେ ଆମେରିକା ସୈନ୍ୟ

କାବୁଲ: ଆଫଗାନିସ୍ତାନରେ ୨୦ବର୍ଷର ସୈନ୍ୟ ଅଭିଯାନର ଅବସାନ କରିଛି ଆମେରିକା । ସୈନ୍ୟ ପ୍ରତ୍ୟାହାର ଡେଡଲାଇନ୍ ଆଜ ପୂରିଛି । କାବୁଲ ଛାଡ଼ି ଚାଲିଯାଇଛନ୍ତି ଆମେରିକା ସୈନ୍ୟ । ଏଥିସହ ଦୁଇ ଦଶନ୍ଧି ଧରି ଚାଲିଥିବା ଆମେରିକାର ଆଫଗାନ୍ ଯୁଦ୍ଧର ଅନ୍ତ ଘଟିଛି । ଗତକାଲି ରାତିରେ କାବୁଲ ଛାଡିଥିଲା ଆମେରିକା ସୈନ୍ୟଙ୍କୁ ନେଇ ଶେଷ ବିମାନ । ଆଫଗାନିସ୍ତାନରୁ ସବନ ଆମେରିକୀୟ ସୈନ୍ୟ ଫେରିଯାଇଥିବା ସୂଚନା ଦେଇଛି ପେଣ୍ଚାଗନ୍।

କାବୁଲ ଏୟାରପୋର୍ଟ ଛାଡ଼ିବା ପୂର୍ବରୁ ନିଜ କବଜାରେ ରଖିଥିବା ଲଢୁଆ ବିମାନ, ହେଲିକପ୍ଟର ଓ ଅସ୍ତ୍ରଶସ୍ତ୍ର ଥିବା ଗାଡ଼ିକୁ ନିଷ୍କ୍ରିୟ କରି ଦେଇଥିଲେ । ସେସବୁ ଏବେ ତାଲିବାନୀଙ୍କ ହାତରେ ଲାଗିଲେ ବି କୌଣସି କାମରେ ଆସିବ ନାହିଁ । କାବୁଲ ଏୟାରପୋର୍ଟରେ ଥିବା ହାଇଟେକ୍ ରକେଟ୍ ସିଷ୍ଟମକୁ ବି ନିଷ୍କ୍ରିୟ କରିଦେଇଛି ଆମେରିକା ।

ହମିଦ କର୍ଜାଇ ବିମାନବନ୍ଦରରେ ୭୩ ବିମାନକୁ ପୂର୍ବରୁ ଡିମିଲିଟାଇଜ୍ କରି ଦିଆଯାଇଥିଲା । ଏର୍ଥାତ ସେସବୁ ବିମାନ ମୂଲ୍ୟହୀନ ହୋଇଯାଇଛି । ବ୍ୟବହାର କରିପାରିବେ ନାହିଁ ତାଲିବାନୀ । ଆମେରିକା ସୈନ୍ୟ ଚାଲିଯିବା ପରେ ଆଜିଠୁ ଆଫଗାନିସ୍ତାନରେ ତାଲିବାନ ରାଜର ଆରମ୍ଭ ହୋଇଛି । ଆକାଶକୁ ଫାଙ୍କା ଗୁଳି ଚଳାଇ ଖୁସି ଜାହିର କରିଛନ୍ତି ତାଲିବାନୀ ।

ଅଗଷ୍ଟ ୧୫ ତାରିଖରେ କାବୁଲକୁ ତାଲିବାନ କବଜା କରିବେ ପରେ କାବୁଲ ବିମାନବନ୍ଦର ସୁରକ୍ଷା ଦାୟିତ୍ୱରେ ଥିଲେ ଆମେରିକା ସୈନ୍ୟ । ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ଅଭିଯାନ ଚଳାଇଥିଲେ । ଏଥିରେ ନିୟୋଜିତ ଥିଲେ ପାଖାପାଖି ୬ ହଜାର ଆମେରିକୀୟ ସୈନ୍ୟ । ୧୫ ଦିନ ଭିତରେ ଦେଢ଼ ଲକ୍ଷରୁ ଅଧି ଲୋକଙ୍କୁ ଆଫଗାନିସ୍ତାନରୁ ଉଦ୍ଧାର କରିଥିଲେ ।

Leave A Reply

Your email address will not be published.