ୱାଶିଂଟନ ଡିସି: ଆମେରିକା ନିଜକୁ ନିରପେକ୍ଷ ରାଷ୍ଟ୍ର କହୁଥିବା ବେଳେ ସେଟାରେ କଳା-ଗୋରାର ଭେଦଭାବକୁ ନେଇ ଅନେକ ସମୟରେ ହିଂସାକାଣ୍ଡ ଦେଖିବାକୁ ମିଳିଥାଏ। ଏହି ଚରମପନ୍ଥୀ ମନଭୋବ ଯୋଗୁ କଳା ଲୋକଙ୍କ ଉପରେ ଆକ୍ରମଣ କରାଯାଇ ସେମାନଙ୍କୁ ହତ୍ୟା କରିବା ଭଳି ଘଟଣା ଦେଖାଯାଇଛି। ଗତବର୍ଷ ଆମେରିକାର ଏମିତି ଏକ ଜଘନ୍ୟ କାଣ୍ଡ ଦେଖିବାକୁ ମିଳିଥିଲା। ଜଣେ ୧୯ ବର୍ଷୀୟ ଯୁବକ ୧୦ କଳା ଲୋକଙ୍କୁ ହତ୍ୟା କରିଥିଲା। ହତ୍ୟା ବେଳେ ଲାଇଭ୍ ଭିଡିଓ ବନାଇ ଶେୟାର କରିଥିଲା। ବୁଧବାର କୋର୍ଟ ତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ଗତବର୍ଷ ମେ ୧୪ ତାରିଖର ଘଟଣା। ପ୍ୟାଟନ ଜେଣ୍ଡ୍ରୋନ୍ ନାମକ ୧୮ ବର୍ଷୀୟ ଯୁବକ ଯେତେ ସମ୍ଭବ କଳା ଲୋକଙ୍କୁ ହତ୍ୟା କରିବା ପାଇଁ ନିଜ ସହର କୋଙ୍କଲିନରୁ ୩୨୨ କିମି ଗାଡ଼ି ଚଳାଇ ଆସିଥିଲା। ସେଠାରେ ମାସାଧିକ କାଳ ଆକ୍ରମଣର ଯୋଜନା ପ୍ରସ୍ତୁତ କରିଥିଲା। ଶେଷରେ ମୂଳ ଆଫ୍ରିକୀୟ ଆମେରିକୀୟ ଲୋକଙ୍କୁ ଟାର୍ଗେଟ୍ କରିଥିଲା ଜେଣ୍ଡ୍ରନ। ନିଜକୁ ସୁରକ୍ଷିତ କରିବା ପରେ ମୁଣ୍ଡରେ କ୍ୟାମେରା ଲଗାଇ ହତ୍ୟାକାଣ୍ଡର ଲାଇଭ୍ ଦୃଶ୍ୟ ସମସ୍ତଙ୍କୁ ଦେଖାଉଥିଲା। ପ୍ରଥମେ ପାର୍କିଂ ଏରିଆରେ ନିଜର ଏଆର୍-୧୫ ବନ୍ଧୁକରେ ୪ ଜଣଙ୍କୁ ଗୁଳି ହତ୍ୟା କରିବା ପରେ ଜେଣ୍ଡ୍ରନ ଗ୍ରୋସରି ଷ୍ଟୋର୍ରେ ପଶିଥିଲା।
ଜେଣ୍ଡ୍ରନ ମୋଟ ୧୩ ଲୋକଙ୍କୁ ଗୁଳି କରିଥିବା ବେଳେ ସେଥିମଧ୍ୟରୁ ୧୧ ଜଣ କଳା ଲୋକ ଥିଲେ। ସମସ୍ତଙ୍କ ବୟସ ୩୨ ରୁ ୮୫ ମଧ୍ୟରେ ହେବ। ଏହି ଗୁଳିକାଣ୍ଡ ପରେ ପୁଲିସକୁ ଜେଣ୍ଡ୍ରନକୁ ଗିରଫ କରିବା ସହ ତା କମ୍ପ୍ୟୁଟରରୁ ୧୮୦ ପୃଷ୍ଠା ସମ୍ବଳିତ ଉସ୍କାଇବା ଭଳି ତଥ୍ୟ ପାଇଥିଲା। ଆମେରିକାର ଗୋରା ଲୋକଙ୍କ ସଂଖ୍ୟାକୁ ହ୍ରାସ କରିବା ପାଇଁ କଳା ଲୋକଙ୍କୁ ଅଣାଯାଉଛି ବୋଲି ଏଥିରେ ଲେଖାଯାଇଥିଲା। ଏଭଳି ଚରମପନ୍ଥୀ ଭାବନରେ ଶିକାର ହୋଇ ଜେଣ୍ଡ୍ରନ ଏଭଳି କାଣ୍ଡ ଘଟାଇଥିବା ପୁଲିସ ଜାଣିବାକୁ ପାଇଥିଲା।
ଗିରଫ ପରେ ଜେଣ୍ଡ୍ରନ ତା ଭୁଲ୍ ସ୍ୱୀକାର କରିଥିଲା। ଜେଣ୍ଡ୍ରନ ଉପରେ ୧୦ ହତ୍ୟା, ୩ ହତ୍ୟା ଉଦ୍ୟମ ଓ ଗୋଟିଏ ଅପରାଧିକ ମାମାଲରେ ସମ୍ପୃକ୍ତ ଅଭିଯୋଗ ଜେଣ୍ଡ୍ରନ୍ ନାରେ ଲଗାଯାଇଥିଲା। ଏହି ମାମଲାରେ ନ୍ୟୁୟର୍କର ଏରି କାଉଣ୍ଟି କୋର୍ଟ ବୁଧବାର ଶୁଣାଣି କରିଥିଲେ। ଜେଣ୍ଡ୍ରନ ଭୁଲ ସ୍ୱୀକାର କରିବା ସହ ଚରମପନ୍ଥୀର ଶିକାର ହୋଇ ଏପରି କରିଛି। ଅନ୍ୟ କେହି ଏପିର ନ କରୁ ବୋଲି ସେ କୋର୍ଟରେ ଆଗରେ କହିଥିଲେ। ଜ୍ୟାଣ୍ଡ୍ରନଙ୍କ ବିରୋଧରେ ୨୦୨୦ ଘରୋଇ ହିଂସା ଆଇନ ଲାଗୁ ହୋଇଛି।
ବୁଧବାର ଶୁଣାଣି କରି ଏରି କାଉଣ୍ଟି କୋର୍ଟର ବିଚାରପତି ସୁସାନ ଇଗନ କହିଛନ୍ତି ଧଳା ରଙ୍ଗ ସର୍ବୋପରି ବୋଲି ଭାବନା ଆମେରିକାରେ ଏକ କ୍ୟାନସର ଭଳି ଦେଶକୁ ନଷ୍ଟ କରୁଛି। ଜ୍ୟାଣ୍ଡ୍ରନକୁ ଆଦୌ କ୍ଷମା ମିଳିବନି କି ଦ୍ୱିତୀୟ ସୁଯୋଗ ଦିଆଯିବନି। ବିଚାର ପତି ଏପରି ତାଗିଦ୍ କରିବା ପରେ ଜେଣ୍ଡ୍ରନକୁ ଆଜୀବନ କାରା ଦଣ୍ଡରେ ଦଣ୍ଡିତ କରିଥିଲେ।
Comments are closed.