ନୂଆଦିଲ୍ଲୀ: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଆସନ୍ତା ଏପ୍ରିଲ ୧୮ରୁ ୨୪ ତାରିଖ ମଧ୍ୟରେ ସପରିବାର ଇଟାଲୀ ଏବଂ ଭାରତ ଗସ୍ତ କରିବେ। ଏହା ମଧ୍ୟରେ ସେ ଉଭୟ ଦେଶର ନେତାମାନଙ୍କ ସହ ସାଧାରଣ ଅର୍ଥନୈତିକ ଏବଂ ରାଜନୈତିକ ଚର୍ଚ୍ଚା କରିବେ ବୋଲି ଜଣାପଡିଛି।
ଆମେରିକାର ଉପରାଷ୍ଟ୍ରପତି ଭାରତ ଗ୍ରସ୍ତ ସମୟରେ ନୂଆଦିଲ୍ଲୀ, ଜୟପୁର ଏବଂ ଆଗ୍ରା ଗସ୍ତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମଧ୍ୟ ଭେଟ କରିବାର ଯୋଜନା ରହିଛି।ଉପରାଷ୍ଟ୍ରପତି ନିଜର ପାରିବାରିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବାର ଯୋଜନା ରହିଛି ବୋଲି ଜେଡି ଭାନ୍ସଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି। ବୁଧବାର ଦିନ ଉପ ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ଆମେରିକୀୟ ଦୂତାବାସ ଓ ପୋଲିସ ଅଧିକାରୀମାନେ ଆମେର ଫୋର୍ଟରେ ସୁରକ୍ଷା ସମୀକ୍ଷା କରିବା ସହ ଆମେର ଦୁର୍ଗ ଏବଂ ଆଖପାଖ ଅଞ୍ଚଳଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଇଛି।
ତେବେ ଆମେରିକା ଉପରାଷ୍ଟ୍ରପତିଙ୍କ ଭାରତ ଯାତ୍ରା ଏମିତି ସମୟରେ ହେଉଛି, ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଓ୍ଵାରକୁ ନେଇ ସାରା ବିଶ୍ଵ ଚିନ୍ତାରେ ରହିଛି।
Comments are closed.