ନୂଆଦିଲ୍ଲୀ : ଭାରତକୁ ଆମେରିକାର ଚେତାବନୀ । ଚୀନ ପଟୁ ମାଡି ଆସିପାରେ ବିପଦ । ଏନେଇ ଭାରତକୁ ସତର୍କ କରାଇଛି ଆମେରିକା । ବିଶେଷ କରି ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଚୀନ ନିଜର ଦବଦବା ଜାହିର କରିବା ସହ ଭାରତ ଉପରେ ଆକ୍ରମଣ କରିପାରେ ବୋଲି କହିଛି ଆମେରିକା । ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ, ଭାରତ-ପ୍ରଶାନ୍ତ ଅଞ୍ଚଳରେ ସ୍ଥିରତା ବଜାୟ ରଖିବା ଆମେରିକା ଚାହେଁ ।
ଦକ୍ଷିଣ ଏସିଆରେ ସ୍ଥିରତା ବଜାୟ ରଖିବା ତଥା ଆଞ୍ଚଳିକସ୍ତରରେ ସ୍ବାସ୍ଥ୍ୟ, ମହାକାଶ, ସାଇବର ସ୍ପେସ ଆଦି ସମ୍ପର୍କରେ ସହଭାଗିତା ଜାରି ରଖିବା ଲାଗି ପରାମର୍ଶ ଦେଇଛି ଆମେରିକା । ରିପୋର୍ଟରେ କୁହାଯାଇଛି ଯେ, ପ୍ରକୃତ ନିୟନ୍ତ୍ରଣ ରେଖାକୁ ନେଇ ଚୀନର କୌଶଳ ଉପରେ ଦୃଷ୍ଟି ଦେବାର ସମୟ ଆସିଛି । ଏହାସହ ଭାରତ ଉପରେ ଏହାର ପ୍ରଭାବ ପଡିବ । ଅଷ୍ଟ୍ରେଲିଆରେ ଭାରତ, ଜାପାନ, ଆମେରିକାକୁ ନେଇ କ୍ବାଦ୍ ରାଷ୍ଟ୍ରଗୋଷ୍ଠୀ ଆଲୋଚନା ଜାରି ରହିଥିବା ବେଳେ ଆମେରିକା ଏହି ସତର୍କ ସୂଚନା ଜାରି କରିଛି । ଭାରତ-ପ୍ରଶାନ୍ତ ଅଞ୍ଚଳରେ ଅର୍ଥନୈତିକ, କୂଟନୈତିକ, ସାମରିକ ଓ ବୈଷୟିକ ଚାପ ସୃଷ୍ଟି ଲାଗି ଚୀନ ଯୋଜନା କରୁଛି ବୋଲି ଚେତାବନୀ ଦେଇଛି ଆମେରିକା ।
Comments are closed.