Latest Odisha News

୧୦ ଲକ୍ଷ ବିଦେଶୀ ଛାତ୍ରଛାତ୍ରୀଙ୍କୁ ସ୍ୱଦେଶ ବାହୁଡିବା ପାଇଁ କହିଲେ ଟ୍ରମ୍ପ ସରକାର

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୦ ଲକ୍ଷ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଆମେରିକା ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କରୋନା ଭାଇରସ ସଂକ୍ରମଣକୁ ନେଇ ଆମେରିକା ଏହି ପଦକ୍ଷେପ ଗ୍ରହଣ କରିଛି । ଏବେ ଅନ ଲାଇନରେ ପାଠ ପଢ଼ାଯାଉଥିବାରୁ ଏଠାରେ ନ ରହି ନିଜ ନିଜ ଘରକୁ ଫେରିଯିବାକୁ ଟ୍ରମ୍ପ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଏହା ଦ୍ୱାରା ଏଫ-୧ ଏବଂ ଏମ-୧ ଭିଜା ଥିବା ଛାତ୍ର ବିଶେଷ ଭାବେ ପ୍ରଭାବିତ ହେବେ । ଚୀନ, ଭାରତ ଓ ଦକ୍ଷିଣ କୋରିଆର ଛାତ୍ରମାନେ ଅସୁବିଧାର ସମ୍ମୁଖୀନ ହେବେ । ରିପୋର୍ଟ ମୁତାବକ ଚୀନର ୩ ଲକ୍ଷ ୬୯ ହଜାର ୫୪୮, ଭାରତର ୨ଲକ୍ଷ ୨୦ ହଜାର ୧୪ ଓ ଦକ୍ଷିଣ କୋରିଆର ୫୨ ହଜାର ୨୫୦ ଛାତ୍ର ଆମେରିକାରେ ପଢ଼ୁଛନ୍ତି । ସବୁଠାରୁ ବଡ କଥା ୨୦୧୮ରେ ୪୪୭୦ କୋଟି ଡଲାରର ରାଜସ୍ୱ ଆମେରିକା ଏହି ଛାତ୍ରଛାତ୍ରୀମାନଙ୍କ ଠାରୁ ପାଇଥାଏ ।

Leave A Reply

Your email address will not be published.